heat-wave

କଲବଲ କରୁଛି ତାତି, ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୬ ଡିଗ୍ରୀ 

  • Post category:ଓଡିଶା
  • Reading time:1 mins read

ଏଏନଏସ: ଦିନ ସହ ବଢ଼ୁଛି ରାତିର ତାପମାତ୍ରା। ରାଜ୍ୟରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରି ଉପରେ ପାରଦ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି ମଧ୍ୟ କୁହାଯାଇଛି ଯେ ଉପକୂଳ ଓଡ଼ିଶାରେ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ। ଦିନ ୧୦ ଟାରୁ ଅପରାହ୍ନ ୩ ଟାକୁ ପିକ୍ ଆଓ୍ବାର ଘୋଷଣା କରାଯାଇଛି। ଦିନ ୧୧ଟା ୩୦ ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ।

ଚାନ୍ଦବାଲିରେ ସର୍ବାଧିକ ୩୬ ଦଶମିକ ୨ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ୩୬ ଡିଗ୍ରୀ ରହିଛି। କେନ୍ଦୁଝରରେ ତାପମାତ୍ରା ମଧ୍ୟ ୩୬ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ୩୫ ଦଶମିକ ୪, ସମ୍ବଲପୁରରେ ୩୫ ଦଶମିକ ୨, ହୀରାକୁଦରେ ତାପମାତ୍ରା ୩୪ ଦଶମିକ ୬ ଡିଗ୍ରୀ ରେକର୍ଡ କରାଯାଇଛି । ବାଲେଶ୍ୱରରେ ୩୪ ଦଶମିକ ୨, ରାଉରକେଲା ୩୩ ଦଶମିକ ୪, ପୁରୀରେ ୩୨ ଦଶମିକ ୪ ଡିଗ୍ରୀ ରେକର୍ଡ ହୋଇଛି । ଆଗାମୀ ଦୁଇ ଦିନ ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି ।

ଏହି ସମୟରେ ବୟସ୍କ ଏବଂ ଶିଶୁଙ୍କୁ ସିଧାସଳଖ ଖରା ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଡିଗ୍ରି ଅତିକ୍ରମ କରିବ ତାପମାତ୍ରା ବୋଲି ଚେତାବନୀ ଦେଇଛି ପାଣିପାଗ ବିଭାଗ। ଉପକୂଳ ଓଡ଼ିଶାରେ ୩୯ ଡିଗ୍ରୀ ସହ ୬୦ ପ୍ରତିଶତ ରହିବ ଆର୍ଦ୍ରତା ବୋଲି କୁହାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।