You are currently viewing ରାସ୍ତା ଉପରେ ଚାଲିଛି ଗୃହନିର୍ମାଣ, ଗ୍ରାମବାସୀଙ୍କ ବିରୋଧ

ରାସ୍ତା ଉପରେ ଚାଲିଛି ଗୃହନିର୍ମାଣ, ଗ୍ରାମବାସୀଙ୍କ ବିରୋଧ

ଭଦ୍ରକ (ଏଏନ୍ଏସ): ସରକାରୀ ଜାଗାରେ ଚାଲିଛି ଜୋର ଜବରଦସ୍ତ ଗୃହ ନିର୍ମାଣ। ଜନୈକ ଖଳ ପ୍ରବୃତିର ଲୋକ ସରକାରୀ ରାସ୍ତା ଉପରେ ଜବରଦସ୍ତ ଘର ନିର୍ମାଣ କରୁଥିବାରୁ ଲୋକମାନେ ମଧ୍ୟ ବିରୋଧ କରିବାକୁ ସାହସ କରିପାରୁ ନାହାନ୍ତିି । ତେବେ ଏ ଘଟଣା ହେଉଛି ବନ୍ତ ତହସିଲ ଚାରିଙ୍ଗା ପଞ୍ଚାୟତରେ। ଏନେଇ ସ୍ଥାନୀୟ ତହସିଲରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଗ୍ରାମବାସୀ କହିଛନ୍ତି। ତେବେ ଘଟଣାକୁ ଗୁରୁତର ସହ ନେଇ ଉଚିତ ତଦନ୍ତ କରିବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ।

ଅନ୍ୟମାନଙ୍କୁ ଜଣାନ୍ତୁ।