ଭୁବନେଶ୍ୱର, ରାଜ୍ୟର ଦୁଇଟି ସ୍ଥାନ ରାୟଗଡା ଏବଂ ବ୍ରହ୍ମପୁରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ବ୍ରହ୍ପପୁରର ବୈଦନାଥ ଥାନା ଅନ୍ତର୍ଗତ ଲାଞ୍ଜିପଲି ବାଇପାସ୍ରୁ ୧୧ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ କରିଛି ବ୍ରହ୍ମପୁର ଅବକାରୀ ବିଭାଗ । ୫୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ସୂଚନା ରହିଛି । ନଡ଼ିଆ କତା ବୋଝେଇ ଟ୍ରକରେ ଚାଲାଣ ବେଳେ ଗଞ୍ଜେଇ ଜବତ ହୋଇଛି । ୧୧ କ୍ବିଣ୍ଟାଲ ଗଞ୍ଜେଇ ସହ, ଟ୍ରକ୍, କାର୍ ଓ ଭ୍ୟାନ ଜବତ ହୋଇଛି ଏବଂ ୩ ଜଣଙ୍କୁ ଗିରଫ କରାଯାଇଛି ।
ସେହିପରି ରାୟଗଡ଼ା ମୁନିଗଡ଼ାରୁ ଟ୍ରକ୍ ସହ ୨ ଟନ୍ରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଆନ୍ଧ୍ରରୁ କଣ୍ଟାମାଳ ଚାଲାଣ ବେଳେ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଓ ହେଲ୍ପର ଫେରାର୍ ହୋଇଯାଇଛନ୍ତି ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ