You are currently viewing କଳିଙ୍ଗନଗର ଶିଳ୍ପାଞ୍ଚଳରେ କୋଭିଡ଼ କଟକଣାକୁ ଫୁ

କଳିଙ୍ଗନଗର ଶିଳ୍ପାଞ୍ଚଳରେ କୋଭିଡ଼ କଟକଣାକୁ ଫୁ

(ଏଏନ୍ଏସ୍, ଉମେଶ ସାହୁ); ଯାଜପୁର ଅଞ୍ଚଳରେ ସରକାରଙ୍କ କରୋନା କଟକଣାକୁ ଫୁ । ଏଭଳି ଏକ ଦୃଶ୍ୟ ଯାଜପୁର ଜିଲ୍ଲା କଳିଙ୍ଗନକଗର ଶିଳ୍ପାଞ୍ଚଳରେ ଦେଖିବାକୁ ମିଳିଛି । ଏ ଦୃଶ୍ୟଟି ହେଉଛି ସୋମବାର ସକାଳ ସମୟର । ଶହ ଶହ କର୍ମଚାରୀ ପ୍ଲାଣ୍ଟର ପ୍ରବେଶ ପଥରେ ବିନା ମାସ୍କ ଓ ସାମାଜିକ ଦୂରତା ନରଖି ଛିଡ଼ା ହୋଇଛନ୍ତି ।

ପ୍ରଶାସନର ନଜର ଏ ପ୍ଲାଣ୍ଟ ଉପରେ ପଡ଼ୁନାହିଁ । ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି । ଯଦି କୌଣସି ପଦକ୍ଷେପ ନନିଆଯାଏ, ତେବେ ଆସନ୍ତା ଦିନରେ ଏହି ପ୍ଲାଣ୍ଟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।