ଭୁବନେଶ୍ୱର (ଏ ଏନ୍ ଏସ)୧୧/୦୩, ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । କିଛି ସ୍ଥାନରେ କଡା ସୁରକ୍ଷା ଭିତରେ ବି ଚାଲିଛି ଖୁଲମଖୁଲା କପି । ନିମାପଡା ବ୍ଳକ ହରିପୁର ଉଚ୍ଚ ବିଦ୍ୟାଳୟରେ କିଛି ବୟସ୍କ ପରୀକ୍ଷା ଦେଉଥିବା ବେଳେ ସେମାନଙ୍କୁ ନେଇ କପି କାରବାର ଚାଲିଥିବା ଦୃଶ୍ୟ ସାମନାକୁ ଆସିଛି । ପ୍ରାୟ ୮୪ଜଣରୁ ଅଧିକ ବୟସ୍କ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଆଉ ସେମାନଙ୍କୁ ସ୍କୁଲ ପଛ ପାଖ ଦେଇ ଯୋଗାଯାଉଛି କପି । ବିଦ୍ୟାଳୟ ସାମନାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି , ଏପରିକି ପୁଲିସ ମଧ୍ୟ ଜଗିଛି । ହେଲେ ବିଦ୍ୟାଳୟ ପଛ ପାଖ ଖୋଲା ମେଲା ରହିଛି । ଯେଉଁ ରାସ୍ତା ଦେଇ ଝରକା ପଟେ ସମସ୍ତଙ୍କୁ କପି ଯୋଗାଇ ଦିଆଯାଉଛି । ଖାଲି ସେିତିକି ନୁହେଁ ଶିକ୍ଷକ ମାନେ ମଧ୍ୟ ପ୍ରଶ୍ନର ଉତ୍ତର ଡାକିଦେଉଥିବା ବେଳେ କିଛି ଶିକ୍ଷକ ପିଲାଙ୍କ ଖାତାରେ ଉତ୍ତର ଲେଖିଦେଉଥିବା ଦୃଶ୍ୟ ସାମନାକୁ ଆସିଛି । ସମସ୍ତ ପରୀକ୍ଷାର୍ଥୀ ମାନଙ୍କୁ କପି ଯୋଗାଇବାକୁ ପୂର୍ବରୁ ସମସ୍ତଙ୍କଠାରୁ ୩ହଜାର ଟଙ୍କା ଆଦାୟ କରାଯାଇଥିବା ଜଣାପଡିଛି ।
ଖୁଲମ୍ ଖୁଲାଚାଲିଛି କପି
- Post published:March 11, 2023
- Post category:ଓଡିଶା
- Reading time:1 mins read