କଟକ (୧୯.୧୦.୨୨) : ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି ମିଳିଛି । ଜେଲ ଦଣ୍ଡାଦେଶ ଉପରେ ରହିତାଦେଶ ଲାଗିଛି । ଭିଜିଲାନ୍ସ କୋର୍ଟଙ୍କ ରାୟ ଉପରେ ରହିତାଦେଶ ଲାଗିଛି । ତେବେ ଏହି ରହିତାଦେଶ କଟକ ହାଇକୋର୍ଟ ଲଗାଇଛନ୍ତି । ତେବେ ସୂଚନା ଅନୁସାରେ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ଓଆରଏଚଡିସି ସ୍କାମ ମାମଲାରେ ତାଙ୍କୁ ଦଣ୍ଡାଦେଶ ଦେଇଥିଲେ ଭିଜିଲାନ୍ସ କୋର୍ଟ । ରହିତାଦେଶ ଲଗାଇବାକୁ ହାଇକୋର୍ଟରେ ଆବେଦନ କରିଥିଲେ ମୋକିମ ।

ହାଇକୋର୍ଟଙ୍କ ରହିତାଦେଶ ପରେ ମୋକିମଙ୍କ ବିଧାୟକ ପଦ ବଜାୟ ରହିଛି । ଆସନ୍ତା ଫେବ୍ରୁଆରୀ ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଓଆରଏଚଡିସି ଦୁର୍ନୀତି ମାମଲାରେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ମହମ୍ମଦ ମୋକିମ ଏବଂ ଅନ୍ୟ ତିନି ଜଣଙ୍କୁ ଆଇପିସି ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରାରେ ଦୋଷୀ ସାବ୍ୟସ୍ତ କରିବା ସହ ତିନି ବର୍ଷ ଜେଲ ଦଣ୍ଡାଦେଶ ଏବଂ ୫୦ ହଜାର ଟଙ୍କାର ଜରିମାନାରେ ଦଣ୍ଡିତ କରିଥିଲେ । ଏହି ଦଣ୍ଡାଦେଶକୁ ବିରୋଧ କରି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।