You are currently viewing ଖୋଲିଲା କୁଳଡିହ ଅଭୟାରଣ୍ୟ, ପର୍ଯ୍ୟଟକଙ୍କ ଭିଡ଼  

ଖୋଲିଲା କୁଳଡିହ ଅଭୟାରଣ୍ୟ, ପର୍ଯ୍ୟଟକଙ୍କ ଭିଡ଼  

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର (ଏଏନଏସ): ଆଜିଠୁ ଖୋଲିଲା କୁଳଡିହା ଅଭୟାରଣ୍ୟ। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ୨୭୨.୭୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ କୁଳଡିହା ଦୀର୍ଘମାସ ପରେ ପୁଣି ଚଳଚଞ୍ଚଳ। ଏନେଇ ବନବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ତେବେ ସୂଚନା ଥାଉ କି ବର୍ଷା ଋତୁ କାରଣରୁ ଗତ ଜୁନ ମାସ ଠାରୁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ବନ୍ଦ ରହିଥିଲା। ପୁଣି ଆଜିଠାରୁ ଏହା ଖୋଲୁଥିବା ବେଳେ ଚଳିତ ବର୍ଷ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ପୁଣି ଦେଖିବାକୁ ପାଇବେ ପର୍ଯ୍ୟଟକ। ଏଥି ସହ ଋଷିଆ ଡ୍ୟାମରେ ଥିବା ଝରଣାରେ ବୋଟିଂ କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏନେଇ ବନ ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ପର୍ଯ୍ୟଟକଙ୍କୁ ଅଭୟାରଣ୍ୟ ଖୋଲିବାର ପ୍ରଥମ ଦିବସରେ ସ୍ୱାଗତ ପାଇଁ ବ୍ୟବସ୍ଥା ହୋଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।