You are currently viewing ଲକ୍ଷାଧିକ ଟଙ୍କାର ରକ୍ତ ଚନ୍ଦନ କାଠ ଜବତ କଲା  ବନ ବିଭାଗ

ଲକ୍ଷାଧିକ ଟଙ୍କାର ରକ୍ତ ଚନ୍ଦନ କାଠ ଜବତ କଲା ବନ ବିଭାଗ

ପାରଳାଖେମୁଣ୍ଡି (ଏଏନଏସ) ୧୫/୧୨: ଲକ୍ଷାଧିକ ଟଙ୍କାର ରକ୍ତ ଚନ୍ଦନ କାଠ ଜବତ କଲା ବନ ବିଭାଗ । ପାରଳାଖେମୁଣ୍ଡି ବାଳିକା ବିଦ୍ୟାଳୟ ରାସ୍ତାରେ ଥିବା ଜି. ରାମାରାଓଙ୍କ ଘରୁ ବିପୁଳ ପରିମାଣରେ ରକ୍ତ ଚନ୍ଦନ କାଠ ଜବତ କରିଛି ବନ ବିଭାଗ । ଏହି ଚଢାଉରେ ବନ ବିଭାଗ, ତହସିଲଦାର ଓ ପୋଲିସ ପକ୍ଷରୁ ମିଳିତ ଭାବେ କରାଯାଇଥିଲା । ଏତେ ପରିମାଣର ଦୁର୍ମୂଲ୍ୟ କାଠ ଜବତ ହେବା ବନ ବିଭାଗର ବଡ଼ ସଫଳତା ବୋଲି କୁହାଯାଉଛି ।

  ହେଲେ ଏହି ରକ୍ତ ଚନ୍ଦନ କାଠ କେଉଁଠୁ ଆସିଲା ? ଜି. ରାମାରାଓ ଏହାର ଚୋରା ବେପାର କରୁଥିଲେ କି ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ଆରମ୍ଭ କରିଛି ବନ ବିଭାଗ । ଅନ୍ୟପଟେ ଜି. ରାମାରାଓ ୩୫ ବର୍ଷ ତଳୁ ଚନ୍ଦନ କାଠକୁ ବନ ବିଭାଗ ପକ୍ଷରୁ କ୍ରୟ କରି ରଖିଥିବା ପୋଲିସକୁ ଜଣାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।