laxmibus

ଆଜି ୫ଟି ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ୍

  • Post category:ଓଡିଶା
  • Reading time:1 mins read

ଏଏନଏସ: ଆଜି ୫ଟି ଜିଲ୍ଲାରେ ଗଡିଲା ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ । ବରଗଡ, ବଲାଙ୍ଗୀର, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜରେ ସରକାରଙ୍କ ଲକ୍ଷ୍ମୀ ବସ ସେବା ଆରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି। ଗତବର୍ଷ ପ୍ରଥମେ ମାଲକାନଗିରି ପରେ କୋରାପୁଟ ଜିଲ୍ଲାରେ ଏହି ବସ ସେବା ଆରମ୍ଭ ହୋଇଥିଲା । ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଏହି ସେବାର ଉଦଘାଟନ ହେଉଛି । ୨୧ ତାରିଖ ସୁଦ୍ଧା ସମସ୍ତ ଜିଲ୍ଲାକୁ ଲକ୍ଷ୍ମୀ ବସ୍ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ଲୋକଙ୍କୁ ବସ ସେବା ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ ।

ଅନ୍ୟମାନଙ୍କୁ ଜଣାନ୍ତୁ।