You are currently viewing ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଗୁରୁତର

ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଗୁରୁତର

  • Post category:ଓଡିଶା
  • Reading time:1 mins read

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ଉନ୍ମୁକ୍ତ କାଣ୍ଡ । ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁଁ ଜଣେ ଡିଆରଜି ଯବାନ ଗରୁତର ଆହତ ହୋଇଛନ୍ତି । ବିଜାପୁର ଜିଲ୍ଲାର ଗଙ୍ଗୁଲୁର  ଥାନା ନିକଟରେ ହେଉଥିବା ରାସ୍ତା ନିର୍ମାଣକାରୀମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ସେଠାରେ ଡିଆର୍ଜି ଯବାନ ଏବଂ ସିଏଫ୍ ଯବାନମାନଙ୍କୁ ମୁତୟନ କରାଯାଇଥିଲା । ଉକ୍ତ ସମୟରେ ବିସ୍ଫୋରଣ ହୋଇଥିଲା ଯେଉଁକାରଣରୁ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉକ୍ତ ସ୍ଥାନରେ ଯବାନଙ୍କ ପକ୍ଷରୁ ତଲାସିକୁ ଜୋରଦାର କରିଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।