You are currently viewing ଆଜିଠୁ ବିରାଜମାନ ଧନଦାତ୍ରୀ ମା’ଲକ୍ଷ୍ମୀ

ଆଜିଠୁ ବିରାଜମାନ ଧନଦାତ୍ରୀ ମା’ଲକ୍ଷ୍ମୀ

ଢେଙ୍କାନାଳ, ଆଜିଠାରୁ ଆରମ୍ଭ ହେଉଛି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ତେବେ ପୂଜା ଅବସରରେ ସହରର ସମସ୍ତ ପୂଜା ମଣ୍ଡପର କର୍ମକର୍ତ୍ତା ମଧ୍ୟରେ ବେଶ ଚଳଚଞ୍ଚଳ ପରିଲିଖିତ ହୋଇଛି । ଚଳିତ ବର୍ଷ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ କଟକଣାକୁ ଦୃଷ୍ଟିରେ ରଖି କେବଳ ପରମ୍ପରା ରକ୍ଷା କରି ନିରାଡ଼ମ୍ବର ସହକାରେ ଢେଙ୍କାନାଳରେ ଅନୁଷ୍ଠିତ ହେଉଥିବା ପୂଜା ମଣ୍ଡପ ମାନଙ୍କରେ ପୂଜା ପାଇବେ ମା ଲକ୍ଷ୍ମୀ ।

ମଣ୍ଡପ ବାହାରେ ବିନା ତୋରଣ ସାଜସଜାରେ ୩୮ ଗୋଟି ମଣ୍ଡପରେ ବିନା ଭକ୍ତରେ ପୂଜା ପାଇବେ ଧନଧାତ୍ରୀ ମା’। ତେବେ ମା’ ଙ୍କ ସ୍ୱାଗତରେ ଲାଗିପଡିଛନ୍ତି ମଣ୍ଡପ ମାନଙ୍କର କର୍ମକର୍ତ୍ତା । ଏପଟେ ପୂଜାକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ମଣ୍ଡପ ଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ପୁଲିସ କର୍ମୀ ନିୟୋଜିତ ରହିବା ସୂଚନା ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।