You are currently viewing ପବିତ୍ର ମହାଶିବରାତ୍ରୀ, ରାତି ୧୦ ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ପବିତ୍ର ମହାଶିବରାତ୍ରୀ, ରାତି ୧୦ ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର(ଏଏନଏସ)୦୧/୦୩, ଆଜି ହେଉଛି ପବିତ୍ର ମହାଶିବରାତ୍ରୀ । ଆଜି ସକାଳୁ ସକାଳୁ ବିଭିନ୍ନ ଶିବ ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଛି । ଏହି ଅବସରରେ ବାବା ଲିଙ୍ଗରାଜଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ଅନୁଷ୍ଠିତ ହେଉଛି । ରାତି ୩ଟାରୁ ଖୋଲିଛି ବାବା ଲିଙ୍ଗରାଜଙ୍କ ମୁଖ୍ୟଦ୍ୱାର । ସେହିପରି ସକାଳ ୫ଟାରୁ ସାହାଣ ମେଳା ଦର୍ଶନ ଅର୍ଥାତ ସାଧାରଣ ଦର୍ଶନ ହେଉଛି । ଶ୍ରୀ ଲିଙ୍ଗରାଜ ମନ୍ଦିରରେ କୋଭିଡ୍ କଟକଣା ଭିତରେ ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ କରୁଛନ୍ତି । ତେବେ ଚଳିତ ବର୍ଷ ଗର୍ଭଗୃହ ଦର୍ଶନ ମନା ହୋଇଥିବା ବେଳେ ଆଡକାଠରୁ ଭକ୍ତମାନେ ଦର୍ଶନ କରୁଛନ୍ତି । ଆଜି ରାତି ୧୦ ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ। ମହାଶିବରାତ୍ରୀକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି, ୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସର ଏବଂ ୨୭ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।