You are currently viewing ମନ୍ତ୍ରୀ ମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ : ୩ ଓଡ଼ିଆ ମନ୍ତ୍ରୀଙ୍କୁ ମିଳିଲା ବଡ଼ ବିଭାଗ

ମନ୍ତ୍ରୀ ମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ : ୩ ଓଡ଼ିଆ ମନ୍ତ୍ରୀଙ୍କୁ ମିଳିଲା ବଡ଼ ବିଭାଗ

ଏଏନଏସ: ଗତକାଲି ଶପଥ ଗ୍ରହଣ ପରେ ଆଜି ମୋଦୀ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ ହୋଇଛି। ରିପିଟ ହେଇଛନ୍ତି ପୁଣି କିଛି ମନ୍ତ୍ରୀ। ପୁଣି ଥରେ ଅଶ୍ୱିନୀ ବୈଷ୍ଣଙ୍କୁ ରେଳ ମନ୍ତ୍ରୀ, ଇଲେକ୍ଟୋନିକ୍ସ ଏବଂ ଆଇଟି ମନ୍ତ୍ରୀ ସହ ସୂଚନା ଓ ପ୍ରସାରଣ ବିଭାଗର ମନ୍ତ୍ରୀ ପଦ ମିଳିଥିବା ବେଳେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ବିଭାଗର ମନ୍ତ୍ରୀ ପଦ ମିଳିଛି । ସେହିପରି ଧର୍ମେନ୍ଦ୍ରଙ୍କୁ ମୋଦୀ କ୍ୟାବିନେଟରେ ଶିକ୍ଷା ବିଭାଗର ମନ୍ତ୍ରୀ ପଦ ମିଳିଛି । ଓଡ଼ିଶାର ଏହି 3ମନ୍ତ୍ରୀଙ୍କୁ ପୁଣି ଥରେ ସେଇ ସମାନ ଦାୟିତ୍ୱ ମିଳିଛି।

ଏଥିସହ ମିଳିଥିବା ଗଣମାଧ୍ୟମ ସୂଚନାରୁ ଜଣାପଡିଛି ପୁଣି ଥରେ ଅମିତ ଶାହାଙ୍କୁ ସ୍ୱରାଷ୍ଟ୍ର ବିଭାଗ ଏବଂ ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ବିଭାଗ ଦାୟିତ୍ୱ ଦିଆଯାଇଛି। ନୀତିନ ଗଡକରୀଙ୍କୁ ସଡକ ପରିବହନ ବିଭାଗର ମନ୍ତ୍ରୀପଦ ମିଳିଥିବା ବେଳେ ଅଜୟ ଟମଟା ଏବଂ ହର୍ଷ ମଲହୋତ୍ରାଙ୍କୁ ସଡକ ପରିବହନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି।

ସେହିପରି, ଚିରାଗ ପାଶୱାନ- ଖାଦ୍ୟ ପ୍ରକ୍ରିୟାକରଣ,ଜେପି ନଡ୍ଡା- ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ,ଭୂପେନ୍ଦ୍ର ଯାଦବ- ପରିବେଶ ମନ୍ତ୍ରଣାଳୟ,ଜଙ୍ଗଲ , ଏଚଡି କୁମାର ସ୍ୱାମୀ- ଭାରି ଶିଳ୍ପ ଏବଂ ଷ୍ଟିଲ ମନ୍ତ୍ରଣାଳୟ,ପୀୟୁଷ ଗୋଏଲ- ବାଣିଜ୍ୟ ଏବଂ ଶିଳ୍ପ, ଲଲନ ସିଂ- ପଞ୍ଚାୟତି ରାଜ, ମତ୍ସ୍ୟ, ପଶୁପାଳନ,ସର୍ବାନନ୍ଦ ସୋନୱାଲ – ଜଳପଥ, ବନ୍ଦର, ବିରେନ୍ଦ୍ର କୁମାର- ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ,କେ,ଆର ନାଇଡୁ- ବେସାମରିକ ବିମାନ ଚଳାଚଳ, ପ୍ରହ୍ଲାଦ ଯୋଶୀ – ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ନୂଆ ଓ ରିନ୍ୟୁବଲ ଏନର୍ଜୀ, ଗିରିରାଜ ସିଂ- ଟେକ୍ସଟାଇଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ – ଗମନା ଗମନ ଓ ଉତର -ପୂର୍ବ ବିକାଶ, ଗଜେନ୍ଦ୍ର ସିଂ ଶେଖାୱତ- ସଂସ୍କୃତି ଏବଂ ପର୍ଯ୍ୟଟନ,ଅର୍ଣ୍ଣପୂନ୍ନା ଦେବୀ- ମହିଳା ଓ ବାଳ ବିକାଶ, କିରେନ ରିଜିଜୁ – ସଂସଦୀୟ ବ୍ୟାପାର ଏବଂ ଅଳ୍ପସଂଖ୍ୟକ ବ୍ୟାପାର, ଦରଦୀପ୍ ସିଂ ପୁରୀ – ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ମନସୁଖ ମାଣ୍ଡଭ୍ୟ – ଶ୍ରମ, ନିଯୁକ୍ତି ଏବଂ ଯୁବବ୍ୟାପାର, କ୍ରୀଡା, ଜି.କିଷନ ରେଡ୍ଡୀ- କୋଇଲା ଏବଂ ଖଣି, ସିପି ପାଟିଲଙ୍କୁ ଜଳ ଶକ୍ତି ବିଭାଗର ଦାୟିତ୍ୱ ମିଳିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।