ପୁରୀ (୩୦.୩.୨୩) : ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡରୁ କାଠକଟା ଆରମ୍ଭ । କେନ୍ଦ୍ରୀୟ ବନାଞ୍ଚଳ କାଳିଆମ୍ବା ଜଙ୍ଗଲରୁ ଗଛକଟା ଆରମ୍ଭ ହୋଇଛି । ସପ୍ତାହକ ତଳେ ପୁରୀ ଶ୍ରୀମନ୍ଦିରର ପ୍ରତିନିଧି ଦଳ ଆସି କେନ୍ଦ୍ରୀୟ ବନାଞ୍ଚଳ, ତାରାସିଙ୍ଗି ଓ ମୁଜାଗଡ ବନାଞ୍ଚଳରେ ୨୯ଟି ଗଛ ଚିହ୍ନଟ କରିଥିଲେ । ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ୯ଟି ଫାଶୀ ଗଛ ଏବଂ ୨୦ଟି ଧଉରା ଗଛ ଚିହ୍ନଟ ହୋଇଥିଲା । ଚିହ୍ନଟ ଗଛଗୁଡ଼ିକୁ କଟା କାର୍ଯ୍ୟ ଆରମ୍ଭ ହୋଇଛି। ସେପଟେ ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି ।ଗଛକଟା ହେବା ପୂର୍ବରୁ ବହୁସଂଖ୍ୟକ ମହିଳା ରାସ୍ତାରେ ଝୋଟି ପକାଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଜୟ ଜଗନ୍ନାଥ ଧ୍ଵନିରେ ଉଛୁଳି ଉଠିଥିଲା ଜଙ୍ଗଲ ପରିବେଶ। ଗଛ କଟା ଦେଖିବାକୁ ବହୁ ଗ୍ରାମବାସୀଙ୍କ ଭିଡ଼ ଜମିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଗଛ କଟାଯିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ