ଅନୁଗୁଳ, ରାତି ଅଧରେ ଘରେ ଦୁର୍ବୁତ୍ତ ପଶି ନିଶା ସ୍ପ୍ରେ କରି ଲୁଟି ନେଇଛନ୍ତି ୧୦ ଲକ୍ଷ ଟଙ୍କା ସହ ଭାରି ରକମର ସୁନାଗହଣା । ଏପରି କାଣ୍ଡ ଘଟିଛି ଅନୁଗୁଳ ଜିଲ୍ଲା ନାଲ୍କୋ ଥାନା ଅଞ୍ଚଳରେ । ସୂଚନା ଥାଉକି, ରାତିରେ ଶୋଇଥିବା ସମୟରେ ଘରେ ପଶିଥିଲେ ଦୁର୍ବୁତ୍ତ । ଶବ୍ଦ ଶୁଭିବାରୁ ଘର ଲୋକ ଉଠିବାପରେ, ସେମାନଙ୍କ ମୁହଁରେ ନିଶା ସ୍ପ୍ରେ କରିଥିଲେ । ପରେ ସେମାନେ ଅଚେତ ହୋଇଯାଇଥିଲେ । ଦୁର୍ବୁତ୍ତ ମାନେ ତାର ଫାଇଦା ଉଠାଇ ଘରୁ ୧୦ଲକ୍ଷ ଟଙ୍କା ସମେତ ସୁନାଗହଣା ଲୁଟି ନେଇଛନ୍ତି । ଚେତା ଆସିବା ପରେ ଘରୁ ଲୁଟ ହୋଇଥିବା ଜାଣି ସଙ୍ଗେସଙ୍ଗେ ନାଲ୍କୋ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ôଚ ତଦନ୍ତ ଆରମ୍ଭ କରିଦେଇଛି ।