You are currently viewing ଆସିଲା ଗଣହତ୍ୟା ମାମଲାର ବ୍ୟବଚ୍ଛେଦ ରିପୋର୍ଟ

ଆସିଲା ଗଣହତ୍ୟା ମାମଲାର ବ୍ୟବଚ୍ଛେଦ ରିପୋର୍ଟ

  • Post category:ଓଡିଶା
  • Reading time:1 mins read

ମାହାଙ୍ଗା (ଏଏନଏସ)୧୯/୦୪, ବହୁଚର୍ଚ୍ଚିତ ମାହାଙ୍ଗା ଗଣହତ୍ୟା ମାମଲାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା । ଶରୀର ବିଭିନ୍ନ ସ୍ଥାନରେ ରହିଛି କ୍ଷତ ଚିହ୍ନ । କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା କ୍ଷତ ଚିହ୍ନରୁ ଜଣାପଡୁଛି । ସେଥିପାଇଁ ରେପୋର୍ଟ ରେ ବିଷ କ୍ରିୟାର କୌଣସି ସୂଚନା ନାହିଁ । ଜୀବନ ବଞ୍ଚାଇବାକୁ ସମସ୍ତେ ପ୍ରତିରୋଧ କରିଥିବା ରିପୋର୍ଟରୁ ଜଣାପଡ଼ିଛି ।

ସୁଚନା ଅନୁସାରେ ପାରିବାରିକ କଳହ ଏବଂ ଜମିଜମା ବିବାଦ କରାଣରୁ ବଡଭାଇ ପରିବାରର ୫ ଜଣଙ୍କ ହତ୍ୟା କରିଥିଲା ଅଭିଯୁକ୍ତ ଶିବ ସାହୁ । ସେ ଏକା ସମସ୍ତଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲା । କିନ୍ତୁ ମୃତ ଅଲେଖ ସାହୁଙ୍କ ଶ୍ବଶୁର ଘର ଲୋକ ପୋଲିସର ତଦନ୍ତରେ ସନ୍ତୁଷ୍ଟ ନଥିବା କହିଛନ୍ତି । ସେପଟେ ମାମଲାର ତଦନ୍ତ ଚାଲିଥିବା ବେଳେ ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ଅଧିକ ରିମାଣ୍ଡରେ ନେଇପାରେ ବୋଲି ମାହାଙ୍ଗା ଥାନା ଅଧିକାରୀ କହିଛନ୍ତି ।ଏନେଇ ସୂଚନା ଦେଇଛି କଟକ ଗ୍ରାମାଞ୍ଚଳ ଥାନା ପୋଲିସ । ସୂଚନା ଥାଉକି, ଅଭିଯୁକ୍ତ ଶିବ ସାହୁକୁ ୩ ଦିନର ରିମାଣ୍ଡରେ ନେଇଥିଲା ମାହାଙ୍ଗା ପୋଲିସ । ରିମାଣ୍ଡ ସମୟରେ ଅଭିଯୁକ୍ତ ଶିବଠାରୁ ଅନେକ ତଥ୍ୟ ଓଗାଳିଛି ପୋଲିସ । ଏଥିସହିତ ଅଭିଯୁକ୍ତ ଶିବକୁ କ୍ରାଇମ ସ୍ପଟକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଥିଲା ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।