You are currently viewing ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚର୍ଚ୍ଚା  : ପ୍ରତିକ୍ରିୟା ରଖିଲେ ମନମୋହନ

ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚର୍ଚ୍ଚା : ପ୍ରତିକ୍ରିୟା ରଖିଲେ ମନମୋହନ

ଏଏନଏସ: ରାଜ୍ୟରେ ୧୨ତାରିଖ ସନ୍ଧ୍ୟା ୫ଟାରେ ଶପଥ ନେବେ ବିଜେପିର ମୁଖ୍ୟମନ୍ତ୍ରୀ। ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଓଡିଶାବାସୀଙ୍କ ଅପେକ୍ଷା ଓ ଧର୍ଯ୍ୟକୁ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନିଜର ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ୧୨ ତାରିଖ ସନ୍ଧ୍ୟା ୫ ଟାରେ ମୁଖ୍ୟମନ୍ତ୍ରୀ ଶପଥ ପାଠ କାର୍ଯ୍ୟକ୍ରମ ଅଛି। ଏହି ଶପଥ ପାଠ ଉତ୍ସଵରେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଏବଂ ଏକାଧିକ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ଗର୍ବ ଗୌରବ ଲୋକ ମାନେ ଉପସ୍ଥିତ ରହିବେ।

ଏତଦବ୍ୟତୀତ ମୁଖ୍ୟମନ୍ତ୍ରୀ ପଦବୀରେ ତାଙ୍କ ନାମରେ ହେଉଥିବା ଚର୍ଚ୍ଚାକୁ ନେଇ ସେ କହିଛନ୍ତି, କିଏ ମୁଖ୍ୟମନ୍ତ୍ରୀ ହେବ ତାହା ନେଇ ଆଲୋଚନା କରିବା ଉଚିତ ନୁହଁ। ଯିଏ ବି ହେବ ଓଡ଼ିଆ ଲୋକ ହେବ ଏବଂ ବିଧାୟକ ଦଳ ବୈଠକରେ ତାହା ନିଷ୍ପତ୍ତି ହେବ। ଆମର ସଂସାଦୀୟ ବୋର୍ଡରେ ଅନେକ ଅନୁଭବୀ ନେତା ଅଛନ୍ତି। ସେମାନେ ନିଷ୍ପତ୍ତି ନେବେ। ଦଳର ସଭାପତି ହିସାବରେ ମୋତେ ଦାୟିତ୍ୱ ଦିଆଯାଇଥିଲା ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବାକୁ। ଯାହା ଦାୟିତ୍ୱ ଦିଆଯାଇଥିଲା ତାହା ମୁଁ କରିଛି ବୋଲି କହିଛନ୍ତି ବିଜେପି ସଭାପତି ମନମୋହନ ସାମଲ।

ଅନ୍ୟମାନଙ୍କୁ ଜଣାନ୍ତୁ।