ବିବାହ ଶୋଭାଯାତ୍ରା ଉପରୁ ଉଠିଲା କଟକଣା

ଭୁବନେଶ୍ୱର, ବିବାହ ଶୋଭାଯାତ୍ରା ଓ ଅନ୍ତିମ ସଂସ୍କାରକୁ ନେଇ ଜାରି ହୋଇଥିବା ଗାଇଡ଼ଲାଇନକୁ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏନେଇ ଏସଆରସିଙ୍କ ପକ୍ଷରୁ ନୂତନ ଗାଇଡ଼ଲାଇନ ଜାରି କରାଯାଇଛି । ବର୍ତ୍ତମାନର ପରିସ୍ଥିତିକୁ ଧ୍ୟାନରେ ରଖି ବାହାଘରରେ ବର, କନ୍ୟା, ପୁରୋହିତ, ବନ୍ଧୁ, ସମ୍ପର୍କୀୟ, ଅତିଥି, ବ୍ୟାଣ୍ଡ ପାର୍ଟି, ଆଲୋକ ଏବଂ ସାଉଣ୍ଡ ସିଷ୍ଟମର ସଦସ୍ୟଙ୍କ ସମେତ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ସର୍ବାଧିକ ୨୦୦ ହୋଇପାରିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ବିବାହ ଉତ୍ସବରେ କୋଭିଡ-୧୯ କଟକଣା ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ କମିସନରଙ୍କର ବିଜ୍ଞପ୍ତିରେ କୁହାଯାଇଛି। ଅନ୍ତିିମ ସଂସ୍କାର ପାଇଁ ସର୍ବାଧିକ ୧୦୦ ଜଣଙ୍କୁ ସାମିଲ କରିବାକୁ ଅନୁମତି ମିଳିଛି । ମାସ୍କ, ସାମାଜିକ ଦୂରତା , ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡ ୱାସ କରିବା ବାଧ୍ୟତାମୂଳକ । 

Leave A Reply

Your email address will not be published.