You are currently viewing ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସରେ ମହାନ ସଂଗ୍ରାମୀ, ଶହୀଦ ବୀର ଯବାନ ଓ ଶହୀଦ କୋଭିଡ ଯୋଦ୍ଧାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏକ ଭିଡିଓ ମାଧ୍ୟମରେ ବାର୍ତ୍ତା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |କହିଛନ୍ତି ଭାରତର ବିବିଧତା ହିଁ ଆମ ସଂସ୍କୃତି ଓ ସମାଜକୁ ସମୃଦ୍ଧ କରିଛି। ଏହି ବିବିଧତା ସୁରକ୍ଷା ସହ ବିଭିନ୍ନ ଜାତୀୟ ପ୍ରସଙ୍ଗରେ ସହମତି ପାଇଁ ଆମେ କାମ କରିବା ଦରକାର, ଏହା ହିଁ ଆମ ଗଣତନ୍ତ୍ରକୁ ଅଧିକ ସମୃଦ୍ଧ କରିବ।ଓଡ଼ିଶା ଆଜି ଦେଶର ବିକାଶ ମାନଚ୍ଚିତ୍ରରେ ନିଜର ସ୍ଥିତି ମଜବୁତ କରିପାରିଛି। କୃଷି, ଶିଳ୍ପ ଓ ଭିତ୍ତିଭୂମି ପରି ଅର୍ଥନୀତିର ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି। ବିଭିନ୍ନ କଲ୍ୟାଣକାରୀ ଯୋଜନା ଲାଗୁ କରିବାରେ ଓଡ଼ିଶାର ସ୍ଥାନ ସାରା ଦେଶରେ ସ୍ଵତନ୍ତ୍ର। ଆମର କଲ୍ୟାଣକାରୀ କାର୍ଯ୍ୟ ଲୋକଙ୍କ ମୁହଁରେ ହସ ଭରିଛି।ଏକ ସମୃଦ୍ଧ, ସଶକ୍ତ ଓ ସ୍ଵାଭିମାନୀ ଓଡ଼ିଶା ନିର୍ମାଣ ପାଇଁ ଆମେ ଦୃଢ ସଙ୍କଳ୍ପର ସହ ଆଗକୁ ବଢୁଛୁ। କଠିନ ପରିଶ୍ରମ, ଗଭୀର ନିଷ୍ଠା ଓ ସମସ୍ତଙ୍କ ସହଯୋଗ ହିଁ ଆମକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରିବ। ଏକ ନୂଆ ଓଡ଼ିଶା ଗଠନ ଦିଗରେ ଆମ ଉଦ୍ୟମରେ ମୁଁ ସମସ୍ତଙ୍କ ଆଶୀର୍ବାଦ କାମନା କରୁଛି।

ଅନ୍ୟମାନଙ୍କୁ ଜଣାନ୍ତୁ।