election

ରାଜ୍ୟରେ ପ୍ରଥମ ପ୍ରର୍ଯ୍ୟାୟ ମତଦାନ ଶେଷ, ହେଲିକପ୍ଟର ଯୋଗେ ଷ୍ଟ୍ରଙ୍ଗରୁମ୍ ଗଲା ଇଭିଏମ୍ 

ଏଏନଏସ: ରାଜ୍ୟରେ ପ୍ରଥମ ପ୍ରର୍ଯ୍ୟାୟ ମତଦାନ ସରିଛି । ସଂଧ୍ୟା ୫ଟା ସୁଦ୍ଧା ୬୭.୦୭ ପ୍ରତିଶତ ମତଦାନ ହୋଇଛି । କଳାହାଣ୍ଡିରେ ୬୭.୦୭ ପ୍ରତିଶତ, ନବରଙ୍ଗପୁରରେ ୬୫.୦୭ ପ୍ରତିଶତ, କୋରାପୁଟରେ ୬୧.୪୩ ପ୍ରତିଶତ ଓ ବ୍ରହ୍ମପୁରରେ ସର୍ବନିମ୍ନ ୫୮ ପ୍ରତିଶତ ମତଦାନ ହୋଇଛି । ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ୭ ହଜାର ୩୦୩ଟି ଭୋଟିଂ ହୋଇଛି। ବ୍ରହ୍ମପୁରରେ ସବୁଠାରୁ କମ୍ ମତଦାନ ହୋଇଛି । ଏଠାରେ ୨୬ ଦଶମିକ ୧୪ ପ୍ରତିଶତ ସହ ସବୁଠୁ କମ୍ ମତଦାନ ହୋଇଛି ।

ଅର୍ବାନ ଭୋଟରଙ୍କୁ ମତଦାନ ପାଇଁ ଅପିଲ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଅନ୍ୟପଟେ ଗଂଜାମ ଜିଲ୍ଲା ଚିକିଟି ବ୍ଲକ୍ ବୁଥ ନମ୍ବର ୭୪ରେ କାର୍ଯ୍ୟରେ ଅବହେଳା ନେଇ ସିଟି ଜିଏସଟି ଅଫିସର ମାନସ ରଂଜନ ସେଠୀଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବନ କରିଛନ୍ତି। ସେହିପରି କୋରାପୁଟ ଜିଲ୍ଲା କୋଟିଆରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି। କୋଟିଆ ପଂଚାୟତର ୯ଟି ବୁଥରେ ୫୩ ଦଶମିକ ୩ ପ୍ରତିଶତ ମତଦାନ ହୋଇଛି । ତଳକଂଟାରେ ୮୬ ପ୍ରତିଶତ, ଗୁମେଲ ପଦର ବୁଥରେ ୭୩ ଦଶମିକ ୬୮ ପ୍ରତିଶତ ମତଦାନ ହୋଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।