SIBA-DAS

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶଙ୍କୁ କୋର୍ଟ ଚାଲାଣ

  • Post category:ଓଡିଶା
  • Reading time:1 mins read

ଏଏନଏସ: ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶଙ୍କୁ କୋର୍ଟ ଚାଲାଣ କଲା ଗୋଷାଣୀନୂଆଗାଁ ଥାନା ପୋଲିସ। ଜାମିନ ନାମଞ୍ଜୁର ହେବାରୁ ଶିବଶଙ୍କରଙ୍କୁ ଜେଲ ପଠାଯାଇଛି। ଅନ୍ୟପଟେ ପୋଲିସ୍ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଶିବଶଙ୍କର ଦାସ ଗିରଫ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ପରେ ଶିବଶଙ୍କରଙ୍କୁ ଜେଲ୍‌ ପଠାଯାଇଛି।

ତେବେ ସୋମବାର ପ୍ରଦୀପ ପାଣିଗ୍ରାହୀ-ଶିବଶଙ୍କର ଦାସ ହାତାହାତି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଗୋଷାଣୀ ନୂଆଗାଁ ଉତ୍କଳମଣି ୟୁପି ସ୍କୁଲ ବୁଥ ଆଗରେ ଦୁହେଁ ହାତାହାତି ହୋଇଥିଲେ। ସେପଟେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ପ୍ରଦୀପଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଆକ୍ରମଣରେ ପ୍ରଦୀପଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ମଧ୍ୟ ହୋଇଛି। ଆହତ ପ୍ରଦୀପଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଇଛି।

ଗୋଷାଣୀ ନୂଆଗାଁର ସରକାରୀ ଉକ୍ରଳ ମଣି ହାଇସ୍କୁଲ ସ୍ଥିତ ୧୩୩ ଓ ୧୩୪ ନମ୍ବର ବୁଥରେ ପୋଲିସ ସହ ପ୍ରଦୀପ କଥା ହେଉଥିବା ବେଳେ କୌଣସି ଏକ ଘଟଣାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବଚସା ହୋଇଥିବା ଅଭିଯୋଗ ହୋଇଛି । ପରେ କଥା କଟିକଟିରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।