You are currently viewing ମାଲକାନଗିରିରେ ଆରମ୍ଭ ହେଲା ମୋବାଇଲ ସେବା

ମାଲକାନଗିରିରେ ଆରମ୍ଭ ହେଲା ମୋବାଇଲ ସେବା

ମାଲକାନଗିରି, ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହୋଇଛି ମୋବାଇଲ ସେବା । ହନ୍ତାଗୁଡ଼ା, ଟିକିଲିପଦର, ଜନ୍ତାସାହି ଓ ବାର୍ଲାବେଡ଼ା ଅଞ୍ଚଳରେ ଏହି ସେବା ଆରମ୍ଭ ହୋଇଛି । ଏକ ଘରୋଇ କମ୍ପାନୀ ଏହି ସେବା ଯୋଗାଇ ଦେଇଛି । ପ୍ରାୟତଃ ଏହି ଅଞ୍ଚଳର ୨୦ ରୁ ୩୦ହଜାର ଲୋକ ଏଥିରେ ଉପକୃତ ହେବେ । ସୂଚନାଥାଉକି, ଆଗରୁ ଏହି ଅଞ୍ଚଳବାସୀ ମୋବାଇଲ ସେବା ନିମନ୍ତେ ଚିତ୍ରକୋଣ୍ଡା ଆସୁଥିଲେ । ପ୍ରଶାସନ ଓ ପୋଲିସର ମିଳିତ ଉଦ୍ୟମ ଯୋଗୁଁ ଏହି ସେବା ଆରମ୍ଭ ହୋଇପାରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।