You are currently viewing କୋଭିଡ ହସ୍ପିଟାଲରେ ଚାଲିଛି ମକଡ୍ରିଲ୍

କୋଭିଡ ହସ୍ପିଟାଲରେ ଚାଲିଛି ମକଡ୍ରିଲ୍

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ବର, କଟକ ଜଗତପୁରସ୍ଥିତ ସଦଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ କୋଭିଡ ହସ୍ପିଟାଲକୁ ନେଇ ଅଧିକ ସଚେତନ ହୋଇଉଠିଛନ୍ତି ରାଜ୍ୟ ସରକାର। କୌଣସି ପ୍ରକାର ଦୁର୍ଘଟଣାକୁ ଏଡାଇବା ପାଇଁ ଆରମ୍ଭ ହେଲା ମକଡ୍ରିଲ । ଭୁବନେଶ୍ୱର ସମ ହସ୍ପିଟାଲରେ ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମକଡ୍ରିଲ । ଏହାପରେ କିମ୍ସ କୋଭିଡ ହସ୍ପିଟାଲ ଏବଂ ଅଶ୍ୱିନୀ ହସ୍ପିଟାଲରେ ଏହି ମକଡ୍ରିଲ କରାଯିବ ବୋଲି ସୂଚନା ମିଳିଛି। ବିଶେଷ କରି ଏସବୁ କୋଭିଡ ହସ୍ପିଟାଲରେ ଥିବା ଅଗ୍ନିନିର୍ବାପକ ଉପକରଣ ଗୁଡିକର ଯାଞ୍ଚ କରାଯିବ । ସେହିପରି ଜରୁରୀ ପରିସ୍ଥିତିରେ ହସ୍ପିଟାଲ କର୍ମଚାରୀ କିଭଳି ଏହି ଉପକରଣର ସଠିକ ଉପଯୋଗ କରିପାରିବେ ସେନେଇ ପ୍ରଶିକ୍ଷଣ ଦିଆଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।