ଭୁବନେଶ୍ୱର, ଦୀର୍ଘ ମାସ ଧରି କରୋନା ପାଇଁ ରାଜ୍ୟରେ ବନ୍ଦ ରହିଥିଲା ମନ୍ଦିର । କିନ୍ତୁ ଆଜି ଅଧିକାଂଶ ସ୍ଥାନରେ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ପାଇଁ ଖୋଲାଯାଇଛି ମନ୍ଦିର । କରୋନା କଟକଣା ଭିତରେ ସମସ୍ତ ସ୍ଥାନରେ ମନ୍ଦିର ଖୋଲାଯାଇଛି । ସେପଟେ ଶ୍ରୀମନ୍ଦିର ମଧ୍ୟ ଆଜିଠାରୁ ଖୋଲାଯାଇଛି । ସମସ୍ତ ଭକ୍ତ କାଳିଆକୁ ଦର୍ଶନ କରିବେ । କିନ୍ତୁ ଏଥିପାଇଁ ତାଙ୍କୁ କିଛି ନୀତି ନିୟମ ଉପରେ ଧ୍ୟାନ ଦେବାକୁ ପଡ଼ିବ । ସେବାୟତଙ୍କ ବ୍ୟତୀତ ଭକ୍ତମାନେ ଅରୁଣସ୍ତମ୍ଭ ନିକଟରୁ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ୧୦୦ରୁ ଉର୍ଦ୍ଧ୍ବ ଭକ୍ତ ଏକା ସହ ମନ୍ଦିର ଭିତରେ ପ୍ରବେଶକୁ ବାରଣ କରାଯାଇଛି । ସମସ୍ତ ଭକ୍ତ ମନ୍ଦିର ସମ୍ମୁଖରେ ପରିଷ୍କାର ହୋଇ ଭିତରକୁ ପ୍ରବେଶ କରିବେ । ମାସ୍କ, ସାନିଟାଇଜର, ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ