ଗାଡ଼ି କାଗଜପତ୍ରର ବୈଧତା ଅବଧି ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି

ରାଜ୍ୟରେ ଲକଡାଉନ ସ୍ଥିତି ଜାରି ରହିଥିବାରୁ ଗାଡ଼ିର ଫିଟନେସ, ପରମିଟ୍, ଡ୍ରାଇଭିଂ ଲାଇସେନ୍ସ ଏବଂ ରେଜିଷ୍ଟ୍ରେସନ ସଂକ୍ରାନ୍ତ କାଗଜପତ୍ରର ବୈଧତା ବୃଦ୍ଧି କରାଯାଇଛି। ଏ ସମସ୍ତ କାଗଜପତ୍ରର ବୈଧତା ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏ ବୃଦ୍ଧି କରାଯାଇଛି। ଏହି ସମୟସୀମା ମଧ୍ୟରେ କୌଣସି କାଗଜପତ୍ରର ବୈଧତା ଶେଷ ହେଲେ ବି ତାକୁ ବୈଧ ବୋଲି ବିଚାର କରାଯିବାକୁ ପରିବହନ କମିସନର ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.