You are currently viewing ଗହଣା ତିଆରି କରୁଛନ୍ତି ମୁସଲମାନ କାରିଗର

ଗହଣା ତିଆରି କରୁଛନ୍ତି ମୁସଲମାନ କାରିଗର

  • Post category:ଓଡିଶା
  • Reading time:1 mins read

କଟକ (ଏଏନଏସ)୧୬/୦୯,କଥାରେ ଅଛି ଭକ୍ତିଆଗରେ ସବୁକିଛି ତୁଚ୍ଛ । ମନରେ ଭକ୍ତି ଥିଲେ ସବୁ ଅସମ୍ଭବ ସମ୍ଭବ ହୋଇପାରେ । ଭକ୍ତିରେ କୌଣସି ଜାତି, ଧର୍ମ ନଥାଏ । ମାଆଙ୍କ ପ୍ରତି ନିଜ ଶ୍ରଦ୍ଧା ଭାବର ଅନନ୍ୟ ଭକ୍ତି । ମୁସଲମାନ ହେଇ ବି ତାଙ୍କର ମାଆ ଦୂର୍ଗାଙ୍କ ପ୍ରତି ଥିବା ଶ୍ରଦ୍ଧା ଭାବ ସ୍ପଷ୍ଟ ବାରି ହୋଇପଡ଼ିଛି । ଦୂର୍ଗାପୂଜା ଆସିଲେ କଟକ ବାଙ୍କା ବଜାରର କିଛି ମୁସଲମାନ ପରିବାର ମାଆଙ୍କ କାମରେ ନିଜକୁ ନିୟୋଜିତ କରିଛନ୍ତି । ମାଆଙ୍କ ମୁକୁଟରୁ ନେଇ ସମସ୍ତ ପ୍ରକାରର ଗହଣା ଆଦିର କାମ ୬୦ରୁ ୭୦ ମୁସଲିମ୍ ପରିବାର ସମ୍ପୂର୍ଣ୍ଣ ଭାବେ ନିୟୋଜିତ ହୋଇଛନ୍ତି । ପିଢି ପରେ ପିଢି ଏହି ପରିବାରର ଛୋଟରୁ ବଡ଼ ସମସ୍ତେ ଲାଗି ପଡ଼ିଛନ୍ତି ମାଆଙ୍କ କାମରେ । ବାଙ୍କା ବଜାରର ସୟଦ ଆସଲାମ ଅଲ୍ଲୀ ବି ଏଥିରୁ ବାଦ୍ ପଡ଼ିନାହାନ୍ତି । ନିଜ ପରିବାର ସହ ମାଆଙ୍କ ମୂର୍ତ୍ତିରୁ ନେଇ ସମ୍ପୂର୍ଣ୍ଣ ରୂପ ଦେଇଥାନ୍ତି । ମାଆଙ୍କ ମେଢରୁ ନେଇ ସାଜ ଗହଣା ସବୁ ତିଆରି କରୁଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।