You are currently viewing ଠାବ ହେଲା ନକଲି ମଶାମରା ଲିକ୍ୟୁଡି ଫ୍ୟାକ୍ଟ୍ରି

ଠାବ ହେଲା ନକଲି ମଶାମରା ଲିକ୍ୟୁଡି ଫ୍ୟାକ୍ଟ୍ରି

  • Post category:ଓଡିଶା
  • Reading time:1 mins read

ଖୋର୍ଦ୍ଧା(୧.୧୦.୨୨) : ଜଟିଣୀରେ ଠାବ ହୋଇଛି ନକଲି ମଶାମରା ଲିକ୍ୟୁଡି ଫ୍ୟାକ୍ଟ୍ରି । ଏହି ଟିମର ହାତ ବାହାର ରାଜ୍ୟ ପର୍ଯ୍ୟନ୍ତ ଥିବା ଜଣା ପଡିଛି । ତେବେ ବମ୍ବେରୁ ଏକ ପୋଲିସ ଟିମ ପହଞ୍ଚି ଖୋଳତାଡ କରିଥିଲା । ଏହା ପରେ ଏହି ଘରକୁ ସିଲ କରାଯାଇଥିଲା । ବିଭିନ୍ନ ନାମୀଦାମୀ କମ୍ପାନୀ ମଶାମରା ଲିକ୍ୟୁଡି ପ୍ରସ୍ତତ କରି ବଜାରକୁ ଛାଡ଼ୁଛନ୍ତି। କିନ୍ତୁ କିଛି ଲାଭଖୋର ମନୋବୃତ୍ତିର ଲୋକେ ବଜାରରେ ଏହାର ନକଲ ଛାଡ଼ୁଛନ୍ତି। ଓଡ଼ିଶା ବଜାରରେ ଏହିପରି କିଛି ନକଲି ମଶାମରା ଲିକ୍ୟୁଡି ବିକ୍ରି ହେଉଥିବା ଖବର ପାଇ ବମ୍ବେରୁ ଏକ ଟିମ୍ ଗତକାଲି ଜଟଣୀରେ ପହଞ୍ଚିଥିଲା। ଏହାପରେ ସ୍ଥାନୀୟ ପୁଲିସ୍ ସହାୟତାରେ ଯାଞ୍ଚ କରାଯାଇ କିଛି ଲିକ୍ୟୁଡିର ସାମ୍ପଲ ସଂଗ୍ରହ କରାଯାଇଛି। ପରେ ପୁଲିସ ଓ ଓକିଲଙ୍କ ଉପସ୍ଥିତି ଏହି ଘର କୁ ସିଲ୍ କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।