You are currently viewing ‘୧୧୨’ ରେ ଜରୁରୀକାଳୀନ ସେବା; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

‘୧୧୨’ ରେ ଜରୁରୀକାଳୀନ ସେବା; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ଏଣିକି ଗୋଟିଏ ନମ୍ବର ଡାଏ କଲେ ମିଳିବ ଜରୁରୀ କାଳୀନ ସେବା । ଏଥିପାଇଁ ଆଉ ଅଲଗା ନମ୍ବର ଡାଏଲ କରିବାକୁ ପଡିବନି । ‘୧୧୨’ ଡାଏଲ କଲେ ୩ ପ୍ରମୁଖ ଜରୁରୀ କାଳୀନ ସେବା ଉପଲବ୍ଧ ହେବ । ଭିଡିଓ କନଫରେନସିଂ ସାହାର୍ଯ୍ୟରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।


ସୂଚନାଯୋଗ୍ୟ ଯେ, ଆମ୍ବୁଲାନ୍ସ ସେବା, ପୋଲିସ,ଓ ଅଗ୍ନିଶମ ସେବା ପାଇଁ ଆଗରୁ ଅଲଗା ଅଲଗା ନମ୍ବର ଡାଏଲ କରିବାକୁ ପଡୁଥିଲା । ମାତ୍ର ଏବେଠାରୁ କେବଳ ‘୧୧୨’ ଡାଏଲ କରିବାକୁ ପଡିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।