You are currently viewing ନବୀନ ନମ୍ବରୱାନ

ନବୀନ ନମ୍ବରୱାନ

ଭୁବନେଶ୍ୱର, ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ପାଇଁ ହୋଇଥିବା ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀମାନେ ଯଥେଷ୍ଟ ଅଧିକ ଭୋଟରେ ଆଗୁଆ ଥିବାର ଜଣାପଡ଼ିଛି । ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୩ ରାଉଣ୍ଡ ଗଣତି ଶେଷ ସୁଧା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ଠାରୁ ୧୭,୪୫୧ ଭୋଟରେ ଅଧିକା ଅଛନ୍ତି । ସେହିପରି ବାଲେଶ୍ୱରରେ ବିଜେଡ଼ି ପ୍ରାର୍ଥୀ ସ୍ୱରୂପ ଦାସ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ଠାରୁ ୬୩୦୮ ଭୋଟରେ ଦ୍ୱାଦଶ ରାଉଣ୍ଡ ଗଣତି ଶେଷ ସୁଧା ଆଗୁଆ ଥିବା ଜଣାପଡ଼ିଛି । ବେସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟ ସ୍ଥାନରେ ଶାସକ ବିଜେଡ଼ି ପ୍ରାର୍ଥୀମାନେ ଏକ ପ୍ରକାର ବିଜୟ ହାସଲ କରିବା ସୁନିଶ୍ଚିତ ହୋଇଛି । ବାଲେଶ୍ୱର ଏବଂ ତିର୍ତ୍ତୋଲରେ କଂଗ୍ରେସ ଦଳର ନୈରାଶ୍ୟ ଜନକ ପ୍ରଦର୍ଶନ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ହତାସ ସଅଷ୍ଟି କରୁଥିବାବେଳେ, ଶାସକ ବିଜୁ ଜନତା ଦଳର କର୍ମୀମାନଙ୍କ ମନରେ ସେଲିବ୍ରେସନ ମାହୋଲ ଦେଖା ଦେଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଉଭୟ ଜାଗାରେ ସର୍ବଭାରତୀୟ ଦଳ ବୋଲାଉଥିବା କଂଗ୍ରେସର ଅମାନତ ରହିବା ସଂସୟ ସୃଷ୍ଟି କରୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।