You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ନେପାଳରୁ ଆସିଲା ଶାଳଗ୍ରମ ପଥର । ଅଯୋଧ୍ୟାରେ ପହଞ୍ଚିଛି ଶାଳଗ୍ରମ ପଥର । ଏହି ପଥରରୁ ର୍ନିମାଣ ହେବ ପ୍ରଭୁ ରାମ ଓ ଜାନକୀଙ୍କ ମୂର୍ତ୍ତି । ନେପାଳର ଗଣ୍ଡକୀ ନଦୀରୁ ଆସିଥିବା ଏହି ବିରାଟକାୟ ଶାଳଗ୍ରାମ ପଥରକୁ ଅଯୋଧ୍ୟାର ରାମ ସେବକ ପୂରମରେ ରଖାଯାଇଛି ।
୨. ଦୁଇବର୍ଷରୁ ଅଧିକ ସମୟ ଜେଲରେ ଥିବା କେରଳ ସାମ୍ବାଦିକ ସିଦ୍ଧିକି କିପ୍‌ଫନ ଜେଲରୁ ମୁକୁଳିଛନ୍ତି । ଆତଙ୍କବାଦୀ ସଂଗଠନ ସହିତ ସପୃକ୍ତିଥିବା ଅଭିଯୋଗରେ ଉତ୍ତର ପ୍ରଦେଶରେ ଗିରଫ ହୋଇଥିଲେ ସାମ୍ବାଦିକ ।
୩. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ୨୦୨୩ – ୨୪ ର କେନ୍ଦ୍ରୀୟ ବଜେଟ ଉପସ୍ଥାପିତ କରିଛନ୍ତି । ଏଥର ବଜେଟରେ ସରକାର ରାଷ୍ଟ୍ରପତି ଭବନ ଖର୍ଚ୍ଚ କାଟ କରିଛନ୍ତି ।
୪. ପରୀକ୍ଷା ହଲରେ ୫୦୦ ଝିଅ ଦେଖି ଅଚେତ ହେଲେ ଯୁବକ । ଏମିତି ଘଟଣା ଦେଖିବାକୁ ମିଳିଛି ବିହାରରେ । ଜଣେ ଯୁକ୍ତ ଦୁଇ ଛାତ୍ର ପରୀକ୍ଷା ହଲରେ ୫୦୦ ଛାତ୍ରୀଙ୍କୁ ଦେଖି ବେହୋସ ହୋଇପଡିଥିଲେ ।
୫. ଘରେ ଶୋଇଥିବା ବେଳେ ଅଗ୍ନିକାଣ୍ଡରେ ଜଳି ଗଲେ ସ୍ତ୍ରୀ । ସ୍ୱାମୀ ଓ ପୁଅ ଗୁରୁତର । ଗୁରୁତରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଇଟାଭଟା ଲରିଆପଡାରେ ଘଟିଛି ଅଭାବନୀୟ ଘଟଣା ।
୬. ଫେବ୍ରୃଆରି ୨୧ରୁ ବିଧାନସଭା ବଜେଟ ଅଧିବେଶନ । ୨୪ ତାରିଖରେ ଉପସ୍ଥାପନ ହେବ ୨୦୨୩-୨୪ ପାଇଁ ରାଜ୍ୟ ବଜେଟ । ଅର୍ଥମନ୍ତ୍ରୀ ନରଞ୍ଜନ ପୁଜାରୀ ବାଜଟ ଉପସ୍ଥାପନ କରିବେ ।
୭. ଆୟୁଷ୍ମାନ ଯୋଜନାଠାରୁ BSKY ଭଲ। ସ୍ୱାସ୍ଥ୍ୟସେବାର ନୂଆ ମଡେଲ ସାରା ଭାରତବର୍ଷକୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବଜେଟ୍‌ରେ ଓଡ଼ିଶା ବିଜେପିର ମିଛ ପ୍ରଚାର ପଦାରେ ପଡ଼ିଛି ବୋଲି କହିଛି ବିଜେଡି। କେନ୍ଦ୍ର ଆୟୁଷ୍ମାନ ଯୋଜନାରେ ରାଜ୍ୟ ପାଇଁ ବ୍ୟୟବରାଦ କମିଛି ।
୮. ରାସ୍ତା କାମ ପାଇଁ ଖୋଳା ଯାଇଥିବା ଗାତରେ ଖସି ପଡ଼ି ଦୁଇଟି ଶିଶୁ କନ୍ୟା ମୃତ। ଏଭଳି ଅଭାନୀୟ ଘଟଣା ଘଟିଛି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଢେପ ସାହିରେ। ସୁଭଦ୍ରା କମାର(୪ବର୍ଷ) ଏବଂ ସୁମୀ ଜାନମ(୩ ବର୍ଷ) ଏହି ଦୁହେଁ ଖେଳୁଥିବା ସମୟରେ ଗାତରେ ଖସି ପଡିଥିବା ଆଶଙ୍କା କରାଯାଉଛି।
୯. ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ସାନଗୋଛା ଗାଁ ନିକଟ ମୁକିଡ଼ାମ ଘାଟି ନିକଟରେ ଯୁବକଙ୍କୁ ପିଟି ପାଟି ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲରେ ପୋଡି ଦେଇ ଥିଲେ ଅଭିଯୁକ୍ତ। ମୃତ ଯୁବକ ଜଣକ ହେଉଛନ୍ତି ସୋରଡ଼ା ଗ୍ରାମର ସନ୍ତୋଷ ବେହେରା ।
୧୦. ପାଇଖାନା ଟାଙ୍କିରେ ଲୁଚିଥିଲା ପ୍ରମାଣ! ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସମସ୍ତ ପ୍ରମାଣ ନଷ୍ଟ କରିଦେବାକୁ ସବୁ ଉଦ୍ୟମ କରିଥିଲା ଗୋପାଳ । ପାଇଖାନା ଟାଙ୍କିରେ ଲୁଚାଇ ରଖିଥିଲା ତଥ୍ୟ । କ୍ରାଇମବ୍ରାଞ୍ଚ ଟିମ୍‌ ହାତରେ ଲାଗିଛି ବଡ଼ ସୁରାକ । ପାଇଖାନା ଟାଙ୍କିରୁ ମିଳିଛି ୧୨ ରୁ ୧୫ ଖଣ୍ଡ କାଗଜ। ଗତକାଲି ରାତିରୁ ଟାଙ୍କିରୁ ମିଲିଛି ଏହି କାଗଜ। ଏହି କାଗଜକୁ ଶୁଖା ଯାଉଛି । 

ଅନ୍ୟମାନଙ୍କୁ ଜଣାନ୍ତୁ।