You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ସୁପ୍ରିମକୋର୍ଟ ପାଇଲେ ୫ ନୂଆ ବିଚାରପତି । ଚିଫ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ୫ ଜଣ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । ୫ ଜଣ ବିଚାରପତିଙ୍କ ମଧ୍ୟରେ ଅଛନ୍ତି ରାଜସ୍ଥାନ ହାଇକୋର୍ଟର ଚିଫ ଜଷ୍ଟିସ ।
୨. ଆଜି ସକାଳୁ ତୁର୍କୀରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୨୦୦ ଟପିଛି । ସ୍ଥାନୀୟ ୪ଟା ୧୭ ମିନିଟିରେ ୭.୮ ତୀବ୍ରତା ଭୂମିକମ୍ପ ଆସିଥିଲା ।
୩. ବିହାରରେ ମୋବାଇଲ ଟାୱାର ଚୋରାଇ ନେବା ପରେ ରେଳ ଧାରଣା ଚୋରି କରି ନେଇଛନ୍ତି ଚୋର । ୨ କିଲୋମିଟର ପର୍ଯ୍ୟନ୍ତ ରେଳ ଧାରଣାକୁ ଚୋରି କରିନେବାରେ ସଫଳ ହୋଇଛନ୍ତି ଚୋର ।
୪. ସୋର ସବ ଜେଲରୁ ଜଣେ ବିଚାରଧୀନ କଏଦୀ ଫେରାର । ଭଦ୍ରକ ଜିଲ୍ଲା ବିଦେଇପୁର ସତ୍ୟଜିତ ମଲ୍ଲିକ ଗତ କିଛି ଦିନ ଧରି ଭଦ୍ରକ ଜେଲରୁ ସୋର ଜେଲକୁ ଆସିଥିଲା । ଗତକାଲି ପାଚେରି ଡେଇଁ ଫେରାର ହୋଇ ଯାଇଛି ।
୫. ଏକ କପା ପ୍ରୋସେସିଂ ୟୁନିଟରେ ଅଗ୍ନିକାଣ୍ଡ ହୋଇଛି । କପା ନଷ୍ଟ ହୋଇଥିବା ଜଣାପଡିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡି ନାହିଁ ।
୬. ନବ ଦାସଙ୍କ ହତ୍ୟାକୁ ୮ ଦିନ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ ହତ୍ୟାର କାରଣ । ଗୋପାଳ ଦାସ କାହିଁକି ଗୁଳି କରି ମାରିଲା ଏବେ ବିରହସ୍ୟ ହୋଇ ରହିଛି ।
୭. ବୌଦ୍ଧରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ଯୁବକ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ଏହା ଏକ ଆତ୍ମହତ୍ୟା ଜନିତ କାରଣ ବୋଲି ସନ୍ଦେହ କରାଯାଉଛି ।
୮. ମେଲୋଡି କୁଇନ ଭାରତର କୋକିଳା କଣ୍ଠୀ ତଥା ଭଲଏସ ଅଫ ଦି ମିଲେନିୟମ ଲତା ମଙ୍ଗେସକରଙ୍କ ଆଜି ପ୍ରଥମ ପୂଣ୍ୟତିଥି । ଗତ ବର୍ଷ ଆଜିର ଦିନରେ ତାଙ୍କର ୯୨ ବର୍ଷ ବୟସରେ ନିଧନ ହୋଇଥିଲା ।
୯. ଡମ୍ପରକୁ ଧକ୍କା ଦେଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଭଣ୍ଡାରୀପୋଖରୀ ଥାନା ୧୬ ନମ୍ବର ଜାତୀୟ ରାଜପଥରେ ଆଖୁଆପଦା ନିକଟରେ ଏହି ଘଟଣା ଘଟିଛି ।
୧୦. ଫେବ୍ରୃଆରୀ ଅଧାରୁ ପ୍ରବଳ ତତାଇବ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ।

ଅନ୍ୟମାନଙ୍କୁ ଜଣାନ୍ତୁ।