You are currently viewing ଚଳିତ ବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ; ପ୍ରକାଶ ପାଇଲା ଶିକ୍ଷା କ୍ୟାଲେଣ୍ଡର

ଚଳିତ ବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ; ପ୍ରକାଶ ପାଇଲା ଶିକ୍ଷା କ୍ୟାଲେଣ୍ଡର

ଭୁବନେଶ୍ୱର (ଏଏନ୍ଏସ): ଚଳିତବର୍ଷ ମଧ୍ୟ ହେବନି ଛାତ୍ର ସଂସଦ ନିର୍ବାଚନ। କ୍ୟାମ୍ପସ ରାଜନୀତି ମଇଦାନକୁ ଓହ୍ଲେଇବେନି ଛାତ୍ର ନେତା। କ୍ରମାଗତ ଷଷ୍ଠ ଥର ପାଇଁ ଏଭଳି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର। ଉଚ୍ଚଶିକ୍ଷା ବିଭାଗ ୨୦୨୩-୨୪ ଶିକ୍ଷାବର୍ଷର କ୍ୟାଲେଣ୍ଡର ଜାରି କରାଯାଇଛି। ଯେଉଁଥିରେ ସମସ୍ତ ସବିଶେଷ ତଥ୍ୟ ଥିବା ବେଳେ ନିର୍ବାଚନ ତାରିଖ ବାବଦରେ କୌଣସି ଉଲ୍ଲେଖ ନାହିଁ।

ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ କ୍ୟାମ୍ପସରେ ନିର୍ବାଚନ କରି ଛାତ୍ର ଓ ଯୁବ ସଂଗଠନରେ ଫାଟ ସୃଷ୍ଟି କରିବାକୁ ଶାସକ ଦଳ ଚାହେଁ ନାହିଁ । ଯେଉଁଥିପାଇଁ ଅତି ଚତୁରତାର ସହ କ୍ୟାମ୍ପସରେ ନିର୍ବାଚନ ନକରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି।ଏହି କ୍ୟାଲେଣ୍ଡର ଅନୁଯାୟୀ ଚଳିତ ଶିକ୍ଷାବର୍ଷରେ ୧୮୦ ଦିନ ପାଠପଢା ରହିଥିବା ବେଳେ ୭୨ ଦିନ ଛୁଟି ରହିଛି । ଅକ୍ଟୋବର ୨୧ରୁ ୮ଦିନ ପର୍ଯ୍ୟନ୍ତ ପୂଜା ଛୁଟି ରହିଛି । ମାତ୍ର ଏହି କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ କୌଣସି ସୂଚନା ଦିଆ ଯାଇନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।