You are currently viewing ସିଲଭର ସିଟିରେ ହେବନି ଗଶେଷ ପୂଜା: ଡିସିପି

ସିଲଭର ସିଟିରେ ହେବନି ଗଶେଷ ପୂଜା: ଡିସିପି

କଟକ, ଆସନ୍ତାକାଲି ଗଶେଷ ପୂଜା । ଆଜି କଟକ ଡିସିପି ପ୍ରତୀକ ସିଂ ସ୍ପଷ୍ଟ ଭାବରେ ଗଶେଷ ପୂଜା ସିଲଭର ସିଟି କଟକର ସାର୍ବଜନୀନ ସ୍ଥାନରେ ହୋଇପାରିବ ନାହିଁ ବୋଲି ଜଣାଇ ଦେଇଛନ୍ତି । କରୋନା ସଂକ୍ରମଣ କଟକରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଡିସିପି ବୋଲି ଜଣାପଡ଼ିଛି ।

ସୂଚନାଥାଉକି, କିଛି ଦିନ ତଳେ ଟ୍ୱିନସିଟିରେ ଗଶେଷ ପୂଜା ପାଳନ କରାଯିବନାହିଁ ବୋଲି ସୂଚନା ଦେଇଥିଲା କମିଶନରେଟ ପୋଲିସ । କିନ୍ତୁ ଏହାକୁ ନେଇ ବୁଢ଼ା ଗଶେଷ ପୂଜା କମିଟି ପକ୍ଷରୁ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । ଗତକାଲି ହାଇକୋର୍ଟ ଏହାର ଶୁଣାଣି କରି ସ୍ଥାନୀୟ ଅଧିକାରୀଙ୍କ ଉପରେ ନିଷ୍ପତ୍ତି ହସ୍ତାନ୍ତର କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।