president

ଆସନ୍ତା ୨୭ରେ ଆସିବେ ରାଷ୍ଟ୍ରପତି, ଯୋଗଦେବେ ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ): ଆସନ୍ତା ୨୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାରାଦୀପ ଗସ୍ତରେ ଆସିବେ। ସେଠାରେ ପାରାଦୀପ ବନ୍ଦର ପକ୍ଷରୁ ଆୟୋଜନ ହେବାକୁ ଥ‌ିବା ବୋଇତ ବନ୍ଦାଣ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ। ଗୁରୁବାର ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ପ୍ରସ୍ତୁତି ଆରମ୍ଭ ହୋଇଛି।

 

ଅନ୍ୟମାନଙ୍କୁ ଜଣାନ୍ତୁ।