odisha-vigilance

ଭିଜିଲାନ୍ସ ଜାଲରେ ମେଡିକାଲ କଲେଜ ଅଧ୍ୟକ୍ଷ ସୁଦର୍ଶନ ବେହେରା

  • Post category:ଅପରାଧ
  • Reading time:1 mins read

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କର ପୁରୀ, ବଲାଙ୍ଗିର ଏବଂ ସମ୍ବଲପୁରସ୍ଥିତ ବାସଭବନରେ ଆଜି ଚଢାଉ କରିଛି।

ସୁଦର୍ଶନ ପାଣିଗ୍ରାହୀଙ୍କ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଜୟପୁରସ୍ଥିତ ବାସଭବନ, ପୁରୀ ସଦର ଅଧୀନସ୍ଥ କାଶୀହରିପୁର ସ୍ଥିତ ବାସଭାବନ, ସତ୍ୟବାଦୀସ୍ଥିତ ନହଲା ବାସଭବନ, ସମ୍ବଲପୁର ସିଆରପିଏଫ କ୍ୟାମ୍ପସରେ ଥିବା ତାଙ୍କ ପତ୍ନୀଙ୍କ ସରକାରୀ ବାସଭବନ, ପୁରୀ ଜିଲ୍ଲାର ଗୋପ ସ୍ଥିତ ସୋରିଷପଦାର ସିମିଳି ଗାଁରେ ଥିବା ବାସଭବନ, ବଲାଙ୍ଗିର ସ୍ଥିତ ପ୍ରଫେସର ବେହେରାଙ୍କ ଅଫିସ ଉପରେ ଚଢାଉ କରିଛି ଭିଜିଲାନ୍ସ । ଏହି ଚଢାଉରେ ଭିଜିଲାନ୍ସର ୮ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । 

ଅନ୍ୟମାନଙ୍କୁ ଜଣାନ୍ତୁ।