ଭୁବନେଶ୍ୱର, ରାଜ୍ୟରେ ଆଜି ଆଉ ଜଣେ ବିଧାୟକ କରୋନା ରେ ଆକ୍ରାନ୍ତ ହୋଇଛନ୍ତି। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ବିଧାୟକ ଟ୍ୱିଟ କରି ସୂଚନା ଦେଇଛନ୍ତିି । ଏହା ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି । ତେବେ ଗତକାଲି ବିଧାନସଭା ପରିସରରେ କରୋନା ଟେଷ୍ଟ କରାଇଥିଲେ ବିଧାୟକ ଉମାକାନ୍ତ ସାମନ୍ତରାୟ ।
