ossc

ଜେଇ ସିଭିଲ୍ ମେନ୍ ପ୍ରଶ୍ନପତ୍ର ଲିକ୍ ମାମଲା, ବିହାରରୁ ମାଷ୍ଟର ମାଇଣ୍ଡ ସହ ୭ ଗିରଫ

ଭୁବନେଶ୍ୱର (ଏଏନ୍ଏସ୍): ବିହାରରୁ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ବାଲେଶ୍ୱର ପୋଲିସ । ମାଷ୍ଟରମାଇଣ୍ଡ ସହ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଓଡ଼ିଶା ଷ୍ଟାଫ ସିଲେକସନ୍ କମିଶନ (ଓଏସସସି) ଦ୍ୱାରା ପରିଚାଳିତ ଜେଇ ସିଭିଲ୍ ମେନ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ଏନେଇ ମାଷ୍ଟର ମାଇଣ୍ଡ ଗିରଫ ହୋଇଛି । ଏହି ଘଟଣାରେ ପୂର୍ବରୁ ଦୀଘାରୁ ୯ ଜଣଙ୍କୁ ଗିରଫ କରିଥିଲା ପୁଲିସ ।
ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଏକ ହୋଟେଲରେ କିଛି ଦିନ ତଳେ ପ୍ରଶ୍ନପତ୍ର ନେଇ ଡିଲ୍ ଚାଲିଥିବା ବେଳେ, ଚଢ଼ାଉ କରିଥିଲା ପୁଲିସ । ସେଠୁ ଡକୁ୍ୟମେଣ୍ଟ ସହ ଅନ୍ୟାନ୍ୟ ଜିନିଷ ଜବତ କରିଥିଲା ପୋଲିସ । ଏହି ସମୟରେ ପୁଲିସ ଜାଣିବାକୁ ପାଇଥିଲା, ଜଣଙ୍କ ପିଛା ୮ରୁ ୧୦ ଲକ୍ଷ ଟଙ୍କାରେ ଡିଲ୍ ହୋଇଥିଲା ।

ଏହି ଚଢ଼ାଉରେ ଅନେକ ସାର୍ଟିଫିକେଟ, ୧୫ଟି ମୋବାଇଲ୍, ସାଇନ ହୋଇଥିବା ବ୍ଲାଙ୍କ ଚେକ୍ ଓ ନଗଦ ଟଙ୍କା ମଧ୍ୟ ଜବତ କରିଥିଲା ପୋଲିସ । ଏହା ପଛରେ ଓଡ଼ିଶା ଷ୍ଟାଫ ସିଲେକ୍ସନର କର୍ମଚାରୀ ଅଛନ୍ତି ନା ନାହାନ୍ତି ତାହାକୁ ନେଇ ଦ୍ୱନ୍ଦ ଲାଗି ରହିଛି । ଗତ ୨୩ ତାରିଖରେ ଏସପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ଓଡ଼ିଶା ସିଭିଲ ଜେଇର ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଛି । ଏଥିସହ ତାହା ରାକେଟ ହାତରେ ଥିବା ପ୍ରଶ୍ନପତ୍ର ସହ ମେଳ ଖାଉଛି । ତେଣୁ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ରାକେଟ ହାତକୁ କିପରି ଗଲା ତାହା ପ୍ରଶ୍ନ ସୃଷ୍ଟି କରିଛି ।

ବିହାରରୁ ମାଷ୍ଟର ମାଇଣ୍ଡ ଗିରଫ ହୋଇଥିବା ବେଳେ ତା ପାଖରୁ ପୋଲିସ ସତ ବାହାର କରି ପାରୁଛି କି ନାହିଁ ତା ଉପରେ ସମସ୍ତଙ୍କ ନଜର । ଏଥିସହ ଓଡ଼ିଶା ଷ୍ଟାଫ ସିଲେକସନନ୍ ଅଧିକାରୀଙ୍କ ସହ ରାକେଟର ସମ୍ପର୍କ ଅଛି କି ନାହିଁ ତାହାର ତଦନ୍ତ ସାପେକ୍ଷ । ତଦନ୍ତପରେ ସମସ୍ତ ସତ ସାମ୍ନାକୁ ଆସିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।