ରଣପୁର(ସୁଶାନ୍ତ କୁମାର ଡାକୁଆ), ନୟାଗଡ ଜ଼ିଲ୍ଲା ରଣପୁରରେ ସରକାରଙ୍କ କୋରୋନା କଟକଣା ମଧ୍ୟ୍ୟରେ ପାଳିତ ହୋଇଯାଇଛି ରଣପୁରର ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା l ଗତକାଲି ବିଳମ୍ବିତ ରାତିରେ ରଣପୁରର ଅଧୀଷ୍ଠାତ୍ରୀ ଦେବୀ ମା ମଣିନାଗ ମନ୍ଦିରରୁ ଶୋଭାଯାତ୍ରା ବାହାରି ଦୋଳ ପଡିଆରେ ଆସ୍ଥାନ ଗ୍ରହଣ କରିଥିଲେ l ଏହା ପରେ ପରେ ବାବା ସ୍ୱପ୍ନେଶ୍ୱର ଦେବ ଦୋଳମଣ୍ଡପରେ ପହଞ୍ଚିଥିଲେ l ପରେ ରଣପୁର ଓ ଆଖ ପାଖ ଅଂଚଳରୁ ୧୦୮ ଠାକୁର ଦୋଳ ବିମାନରେ ଆସି ଦୋଳ ମଣ୍ଡପରେ ଆସ୍ଥାନ ଗ୍ରହଣ କରିଥିଲେ l ଏଥିପାଇଁ ରଣପୁର ଏନ୍ ଏ ସି ପକ୍ଷରୁ ଵ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ କୋଭିଡ କଟକଣା ଜାରିକରାଯାଇଛି l ପ୍ରତି ବର୍ଷ ପଞ୍ଚୁଦୋଳ ଯାତ୍ରା ଦେଖିବାକୁ ହଜାର ହଜାର ସଂଖ୍ୟକ ଭକ୍ତ ମାନଙ୍କର ସମାଗାମ ହେଉଥିବାବେଳେ ଚଳିତ ବର୍ଷ କରୋନା କଟକଣା ପାଇଁ ଭକ୍ତ ମାନଙ୍କର ସମାଗମ କମିଛି l ଭକ୍ତ ମାନେ,ସାନିଟାଈଜ଼ର, ମାସ୍କ ପରିଧାନ କରିବା ଓ ସାମାଜିକ ଦୂରତା ବଜାଇ ରଖି ଠାକୁର ଦର୍ଶନ କରିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି l ଦୋଳ ପଡିଆକୁ ସଂପୂର୍ଣ ଭାବେ ବ୍ୟାରିକେଡ୍ କରାଯିବା ସହ ସୁରକ୍ଷା କୁ ଆଖି ଆଗରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି l ଆଜି ଦିନ ତମାମ୍ ଦୋଳ ବେଦୀରେ ଠାକୁର ମାନେ ଉପବେଶନ କରିବେ l ସଂଧ୍ୟ୍ୟାରେ ପୂଜାର୍ଚନା ପରେ ସମସ୍ତ ଦୋଳ ବିମାନ ଗୁଡିକରେ ଠାକୁର ମାନେ ନିଜ ନିଜ ମନ୍ଦିରକୁ ପ୍ରତ୍ୟାବର୍ତନ କରିବେ ପଞ୍ଚୁଦୋଳ କମିଟି ପକ୍ଷରୁ ସୂଚନା ଦିଆଯାଛି
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍