ଭୁବନେଶ୍ୱର, ଆଜି ଅପରାହ୍ନରେ ରାଜ୍ୟ ନିର୍ବାଚନ ଅଧିକାରୀ ବିରିଷ୍ଠ ଆଇଏଏସ ସୁଶୀଲ କୁମାର ଲୋହାନୀ ଏକ ସମ୍ବାଦିକ ସମ୍ମିଳନୀରେ ପିପିଲି ବିଧାନସଭା ଉପନିର୍ବାଚନ ସମ୍ପର୍କିତ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି ।

ମିଳିଥିବା ସୂଚନା ମୁତାବକ ୧୧୦ ପିପିଲି ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରିଛନ୍ତି ନିର୍ବାଚନ ଆୟୋଗ । ସୂଚନା ଅନୁଯାୟୀ, ନିର୍ବାଚନ ଆୟୋଗ ନିମ୍ନମତ୍ତେ ଉପନିର୍ବାଚନ କରୋଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
୧. ଗେଜେଟ ନୋଟିଫିକେସନ ତାରିଖ -୨୩.୦୩.୨୦୨୧(ମଙ୍ଗଳବାର)
୨. ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ – ୩୦.୦୩.୨୦୨୧ (ମଙ୍ଗଳବାର)
୩. ପ୍ରାର୍ଥୀ ପତ୍ର ଯାଞ୍ଚ – ୩୧.୦୩.୨୦୨୧ (ବୁଧବାର)
୪. ପ୍ରାର୍ଥୀ ପତ୍ର ପ୍ରତ୍ୟାହାର – ୦୩.୦୪.୨୦୨୧ (ଶନିବାର)
୫. ଭୋଟଗ୍ରହଣ – ୧୭.୦୪.୨୦୨୧ (ଶନିବାର)
୬. ଭୋଟ ଗଣତି – ୦୨.୦୫.୨୦୨୧ (ରବିବାର)
୭. ନିର୍ବାଚନ ପ୍ରକ୍ରିୟା ଶେଷ – ୦୪.୦୫.୨୦୨୧ (ମଙ୍ଗଳବାର)
ନିର୍ବାଚନ କମିଶନରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୦୧.୦୧.୨୦୨୧କୁ ଯୋଗ୍ୟତା ତାରିଖ ଭାବେ ନେଇ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଭୋଟର ତାଲିକା ଅନୁଯାୟୀ ୧୧୦ ପିପିଲି ନିର୍ବାଚନ ମଣ୍ଡଳୀରେ ୧,୧୯,୦୨୦ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟର ସଂଖ୍ୟା ହେଉଛି ୧,୧୦,୫୬୧ । ସେମାନଙ୍କ ମଧ୍ୟରୁ ଦୁଇଜଣ ତୃତୀୟ ଲିଙ୍ଗର ଭୋଟର ଅଟନ୍ତି । ଏହି ନିର୍ବାଚନ ମଣ୍ଡଳୀର ଭୋଟର ସଂଖ୍ୟା ହେଉଛି ୨୨୯୫୮୩ ।