You are currently viewing ରାଜ୍ୟରେ ହଜାରେ ଟପିଲା ପ୍ଲାଜମା ଥେରାପି ଚିକିତ୍ସା

ରାଜ୍ୟରେ ହଜାରେ ଟପିଲା ପ୍ଲାଜମା ଥେରାପି ଚିକିତ୍ସା

ଭୁବନେଶ୍ୱର, ରାଜ୍ୟରେ ହଜାରେ ଅତିକ୍ରମ କରିଛି ପ୍ଲାଜମା ଥେରାପି ଚିକିତ୍ସା। ରୋଗୀଙ୍କୁ ଏହି ଥେରାପି ଜରୀଆରେ ଚିକିତ୍ସା କରାଯାଉଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ପ୍ଲାଜମା ଥେରାପି ଗ୍ରହଣ କରିଥିବା ଅଧିକାଂଶ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦିଲ୍ଲୀରେ ପ୍ରଥମେ ଏହି ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା । ଏହାପରେ ରାଜ୍ୟରେ ଏହାର ପ୍ରଚଳନ ଲାଗି ଓଡ଼ିଶା ସରକାର ନିଷ୍ପତ୍ତି ନେଇଥିଲେ। କଟକ ଏସସିବିରେ ପ୍ରଥମ ଥର ଲାଗି ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା । ପରେ ଏହା  ଜିଲ୍ଲା ସ୍ତରରେ ଉପଲବ୍ଧ ହୋଇଥିଲା ପ୍ଲାଜମା ଥେରାପି ।  ବର୍ତମାନ ରାଜ୍ୟର ସବୁ  ସରକାରୀ ଓ ଘରୋଇ ମେଡିକାଲରେ ଏହି ପ୍ଲାଜମା ଥେରାପି ଉପଲବ୍ଧ ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।