ଭୁବନେଶ୍ବର, ପ୍ରଥମ ପର୍ଯ୍ୟାୟ ଯୁକ୍ତ୨ ନାମଲେଖା ସମୟ ସୀମା ବଢିଥିବା ନେଇ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏକାଦଶ ଶ୍ରେଣୀରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ନାମଲେଖାକୁ ଚଳିତ ମାସ ୩୦ ତାରିଖ ଯାଏଁ ବଢାଇ ଦିଆଯାଇଛି । ନାମଲେଖା ପ୍ରକ୍ରିୟା ସମୟରେ କୋଭିଡ୍ ନିୟମ ଉପରେ କଡା ନଜର ରଖିବା ପାଇଁ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ସମସ୍ତ ଅଧ୍ୟକ୍ଷ ଏବଂ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଆଡମିଶନ-ଇନ୍-ଚାର୍ଜଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି।