You are currently viewing ଶେଷ ପର୍ଯ୍ୟାୟରେ ରଥନିର୍ମାଣ

ଶେଷ ପର୍ଯ୍ୟାୟରେ ରଥନିର୍ମାଣ

  • Post category:ଓଡିଶା
  • Reading time:1 mins read

ପୁରୀ (ଏ ଏନ୍ ଏସ)୨୯/୦୬, ରଥଯାତ୍ରା ପାଇଁ ରଥ ନିର୍ମାଣ ଶେଷ ହୋଇଛି। ଆସନ୍ତାକାଲି ଶ୍ରୀମନ୍ଦିର ସିଂହ ଦ୍ୱାର କୁ ତିନି ରଥ କୁ ଟଣାଯାଇ ରଖାଯିବ। ତିନିରଥରେ ଆରମ୍ଭ ହୋଇଛି କନାପକା କାର୍ଯ୍ୟ। ତିନି ରଥ ଦୁଆର ବେଢ଼ାରେ କନା ପକାଯାଇଛି। ରଥ ଉପରେ ଠେକରା ବାଡ଼ ଓ ସଖୀଙ୍କୁ ସଂଯୋଗ କରାଯାଇଛି। ତିନିରଥ
କନକମୁଣ୍ଡିରେ ପିତ୍ତଳ ସାଜ ଲଗାଯାଇଛି। ପ୍ରଭାଗୁଡ଼ିକରେ ରଙ୍ଗକାର୍ଯ୍ୟ ଶେଷ ହୋଇଛି । ଦରଜି ସେବକମାନେ କନକମୁଣ୍ଡି ଚାନ୍ଦୁଆ, ଉଡ଼ା ଚାନ୍ଦୁଆ, ସାରଥି ପୋଷାକ ପ୍ରସ୍ତୁତ କରୁଛନ୍ତି। ବିଜେ
ଚକା ପାଇଁ ବନାରସି ଜରିପକା ଖୋଳ ସମେତ ମହାପ୍ରଭୁଙ୍କ ସିଂହାସନ ପିଠି ପାଇଁ ଅପସର ତକିଆ ପ୍ରସ୍ତୁତ
କରାଯାଉଛି। ଚିତ୍ରକାର ସେବକ ରଥ ଅଶ୍ଵ, ସାରଥି ଏବଂ ସଖୀଙ୍କୁ ରଙ୍ଗ କରୁଛନ୍ତି। ଅସ୍ଥାୟୀ କମାରଶାଳରେ ଓଝା
ସେବକଙ୍କ ଦ୍ବାରା କଣ୍ଟାକବ୍‌ଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।