You are currently viewing ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ: ନିଲମ୍ବିତ ହେଲେ ରାୟଗଡ଼ା ଡିଏଫଓ

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ: ନିଲମ୍ବିତ ହେଲେ ରାୟଗଡ଼ା ଡିଏଫଓ

ଏଏନଏସ୍: ନିଲମ୍ବିତ ହେଲେ ରାୟଗଡ଼ା ଡିଏଫଓ। ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯିବା ପରେ ଡିଏଫଓ ବିଜୟ କୁମାର ପରିଡାଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ଜଙ୍ଗଲ ପରିବେଶ ଓ ଜଳବାୟୁ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ସୂଚନାଯୋଗ୍ୟ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତ ଅଗଷ୍ଟ ୨୪ ତାରିଖରେ ବିଜୟ କୁମାର ପରିଡାଙ୍କ ଘର, ଅଫିସ ସମେତ ୭ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା।

ପରେ ଅଗଷ୍ଟ ୨୫ ତାରିଖରେ ଭିଜିଲାନ୍ସ ତାଙ୍କୁ ଗିରଫ କରି ଜେଲ ପଠାଇଥିଲା। ୪୮ ଘଂଟାରୁ ଅଧିକ ସମୟ ଜେଲରେ ରହିଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।