You are currently viewing ଦିଲ୍ଲୀରେ ପ୍ରଶଂସା ସାଉଁଟିଲା ଓବିସିସି

ଦିଲ୍ଲୀରେ ପ୍ରଶଂସା ସାଉଁଟିଲା ଓବିସିସି

  • Post category:ଓଡିଶା
  • Reading time:1 mins read

ଏଏନଏସ(ଭୁବନେଶ୍ୱର): ସତ୍ୟବାଦୀଠାରେ ଓଡିଆ ବିଶ୍ୱବିଦ୍ୟାଳୟର ବିକାଶ କାର୍ଯ୍ୟ ପାଇଁ ସରକରାଙ୍କ ପୂର୍ତ୍ତ ବିଭାଗ ଅଧୀନ ଓଡିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି) ପ୍ରଶଂସାପତ୍ର (କମେଣ୍ଟେସନ୍ ସାର୍ଟିଫିକେଟ) ହାସଲ କରିଛି ।

ରାଜଧାନୀ ଦିଲ୍ଲୀରେ ମାନେକ୍ସା ସେଣ୍ଟରଠାରେ ଅନୁଷ୍ଠିତ ଇଣ୍ଡିଆନ୍ ବିଲ୍‌ଡିଂ କଂଗ୍ରେସ (ଆଇବିସିି)ର ୨୭ତମ ବାର୍ଷିକ ଅଧିବେଶନରେ ଓବିସିସି ଏହି ପ୍ରଶଂସାପତ୍ର ପାଇଛି । ଆଇବିସିି ପକ୍ଷରୁ ପ୍ରଶଂସାପତ୍ର ପାଇବା ଓଡିଶାର ଉଦ୍ୟୋଗ ପାଇଁ ପ୍ରଥମ ।

ଏହି ପ୍ରଶଂସାପତ୍ର ପାଇବା ପରେ ପ୍ରଶାନ୍ତ କୁମାର ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଏଭଳି ସାର୍ଟିଫିକେଟ ପାଇବା ଓଡିଶା ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ପ୍ରଥମ ଥର ପାଇଁ ରାଜ୍ୟର କୌଣସି ସଂସ୍ଥାକୁ ଏଭଳି ପୁରସ୍କାର ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।