You are currently viewing କଳାହାଣ୍ଡିରୁ ଉଡିବ ବିମାନ, ମିଳିଲା ଡିଜିସିଏର ଅନୁମତି

କଳାହାଣ୍ଡିରୁ ଉଡିବ ବିମାନ, ମିଳିଲା ଡିଜିସିଏର ଅନୁମତି

  • Post category:ଓଡିଶା
  • Reading time:1 mins read

ଏଏନ୍ଏସ୍: ରାଜ୍ୟ ବିମାନ ଉଡାଣ ମାନଚିତ୍ରରେ ସାମିଲ ହେଲା କଳାହାଣ୍ଡି । କଳାହାଣ୍ଡି ଜିଲ୍ଲାର ଉତ୍କେଲାରୁ ବିମାନ ଉଡାଣ ପାଇଁ କେନ୍ଦ୍ର ସରକାର ବିଧିବଦ୍ଧ ଅନୁମତି ପ୍ରଦାନ କରିଛନ୍ତି । ଉତ୍କେଲାକୁ ବିମାନ ସଂଯୋଗ ଦ୍ୱାରା ପର୍ଯ୍ୟଟନ କ୍ଷେତ୍ର ବିଶେଷଭାବେ ଉପକୃତ ହେବ ବୋଲି କୁହାଯାଉଛି । ଡିଜିସିଏ ଉତକେଲା ବିମାନ ବନ୍ଦରକୁ ଚଳାଚଳ ପାଇଁ ୨-ବି ଲାଇସେନ୍ସ ପ୍ରଦାନ କରିଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ନିଜ ପ୍ରତିକ୍ରିୟାରେ କହିଛନ୍ତି ଖୁବ୍ ଶୀଘ୍ର କଳାହାଣ୍ଡିରୁ ଭୁବନେଶ୍ୱର ବିମାନ ଉଡାଣ ହେବ । ଏହା ଦ୍ୱାରା ଅପରୂପ ସୌନ୍ଦର୍ଯରେ ଭରା କଳାହାଣ୍ଡି ଏବଂ ନିକଟସ୍ଥ ଜିଲ୍ଲାକୁ ପର୍ଯଟନଙ୍କ ଆଗମନ ବୃଦ୍ଧି ପାଇବ ସହ ବାଣିଜ୍ୟ କ୍ଷେତ୍ରରେ ବେଶ୍ ସମୃଦ୍ଧି ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।