You are currently viewing ରେଡ ଆଲର୍ଟରେ ଭୁବନେଶ୍ବର ବିମାନବନ୍ଦର

ରେଡ ଆଲର୍ଟରେ ଭୁବନେଶ୍ବର ବିମାନବନ୍ଦର

ଭୁବନେଶ୍ୱର-୧୦.୦୮.୨୦୨୧, ଦିଲ୍ଲୀ ବିମାନବନ୍ଦରକୁ ଉଡାଇ ଦେବା ଧମକ ପରେ ଭୁବନେଶ୍ବର ବିମାନବନ୍ଦର ପାଇଁ ମଧ୍ୟ ରେଡ ଆଲର୍ଟ ଜାରି ହୋଇଛି । ଅଗଷ୍ଟ ୨୦ତାରିଖ ପର୍ଯ୍ୟନ୍ତ ବିମାନବନ୍ଦରରେ ରେଡ ଆଲର୍ଟ ଜାରି ହୋଇଛି । ଏହାସହ ଆଗକୁ ସ୍ବାଧୀନତା ଦିବସ ଥିବାରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ସୂଚନା ଦେଇଛନ୍ତି।
ବିମାନବନ୍ଦର ଭିତରକୁ ଯାତ୍ରୀ ଓ କର୍ମଚାରୀଙ୍କ ବାଦ୍‌ କାହାକୁ ଛଡ଼ାଯିବନି। ଭିଜିଟର୍ସଙ୍କୁ ପାସ୍ ଦିଆଯିବନି। ଟର୍ମିନାଲ ନିକଟକୁ ଗାଡ଼ି ଆସିବନି। ଟର୍ମିନାଲଠାରୁ ଦୂରରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯିବ । ପ୍ରବେଶ ପଥରେ ଚେକିଂ କଡାକଡି ହେବ ।ଟର୍ମିନାଲ ଭିତର ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ହେବ ।ବିମାନବନ୍ଦରକୁ ଚାରିପଟୁ ସୁରକ୍ଷା ଯୋଗାଇବା ପାଇଁ ୧୩ଟି ଟାୱାରରେ ଦୁଇ ଜଣ ଲେଖାଏଁ ଯବାନଙ୍କୁ ୨୪ଘଣ୍ଟିଆ ମୁତୟନ କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।