ଭଦ୍ରକ: ସ୍ୱାଧୀନତା ଦିବସ ପାଇଁ ଭଦ୍ରକ ଜିଲ୍ଲାରେ ସଟ୍ଡାଉନରେ କିଛି ଘଣ୍ଟା କୋହଳ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଅଗଷ୍ଟ ୧୫ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ସଟ୍ଡାଉନ୍ କଟକଣା କୋହଳ ରହିବ ବୋଲି ଜଣାଯାଇଛି। ଭଦ୍ରକ ଜିଲ୍ଲାରେ ଦିନ ୧୧ଟା ପର୍ଯ୍ୟନ୍ତ ଲୋକମାନଙ୍କୁ ପତାକା ଉତ୍ତୋଳନ କରିବା ଲାଗି ଅନମୁତି ପ୍ରଦାନ କରାଯାଇଛି। ଏହି ସମୟରେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବା ଭଳି କୋଭିଡ କଟକଣା ଲାଗୁ ରହିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଶନିବାର ସ୍ବାଧୀନତା ଦିବସ ପାଇଁ ସରକାର ଏଥିରେ କିଛିଟା କୋହଳ କରିଛନ୍ତି। ଦିନ ୧୧ଟା ପର୍ଯ୍ୟନ୍ତ ଲୋକମାନଙ୍କୁ ପତାକା ଉତ୍ତୋଳନ କରିବା ଲାଗି ଅନମୁତି ପ୍ରଦାନ କରାଯାଇଛି। ତେବେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସର୍ବାଧିକ ୧୦ଜଣ ସାମିଲ ହୋଇପାରିବେ ବୋଲି ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି। ସେହିପରି ସାମାଜିକ ଦୂରତ୍ବ ମାନିବା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।
ସ୍ୱାଧୀନତା ଦିବସ ପାଇଁ କୋହଳ ହେଲା କଟକଣା । ଜାଣନ୍ତୁ କେଉଁଠାରେ ଏହା ଲାଗୁହୋଇଛି ।
- Post published:August 13, 2020
- Post category:ଓଡିଶା
- Reading time:1 mins read