You are currently viewing ନୂଆଖାଇ ପାଇଁ ୨ ସହରରେ ହଟିଲା ସଟଡାଉନ

ନୂଆଖାଇ ପାଇଁ ୨ ସହରରେ ହଟିଲା ସଟଡାଉନ

  • Post category:ଓଡିଶା
  • Reading time:1 mins read

ସମ୍ବଲପୁର, ଆଗକୁ ପଶ୍ଚିମଓଡ଼ିଶାବାସୀଙ୍କ ଗଣ ପର୍ବ ନୂଆଖାଇ ଆସୁଛି । କିନ୍ତୁ ରାଜ୍ୟରେ ଏବେବି ସପ୍ତାହନ୍ତ ସଟଡାଉନ ପ୍ରକ୍ରିୟା ଜାରୀ ରହିଛି । ପ୍ରତିଦିନ ଅନେକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସଂକ୍ରମଣ ଚେନ୍‌କୁ ଭାଙ୍ଗିବାକୁ ଯାଇି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କିନ୍ତୁ ଏହାରି ଭିତରେ ପଶ୍ଚିମଓଡ଼ିଶାବାସୀଙ୍କ ପାଇଁ ଏକ ଖୁସୀ ଖବର ଆସିଛି । ଉଭୟ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ସଟଡାଉନ କଟକଣାକୁ କୋହଳ କରିଦିଆଯାଇଛି । ୨୩ ତାରିଖରେ ନୂଆଖାଇ ପର୍ବ ଅନୁଷ୍ଠିତ ହେଉଥିବାରୁ ୨୨ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବା ସାଙ୍ଗକୁ ୨୩ ତାରିଖ ଦିନ ୧ଟା ପର୍ଯ୍ୟନ୍ତ ସବୁ ଖୋଲା ରହିବ ବୋଲି ନିଷ୍ପତ୍ତି ନେଇଛି ପ୍ରଶାସନ ।

ଅନ୍ୟମାନଙ୍କୁ ଜଣାନ୍ତୁ।