You are currently viewing ଲାଞ୍ଚ ନେବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ଆରଆଇ

ଲାଞ୍ଚ ନେବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ଆରଆଇ

କେନ୍ଦ୍ରାପଡ଼ା(ଏଏନଏସ) ୧୯.୧୧.୨୦୨୧, ନିଲମ୍ବିତ ହେଲେ ରାଜସ୍ୱ ନିରୀକ୍ଷକ। ଦଶ ହଜାର ଟଙ୍କା ଲାଞ୍ଚ ମାଗିବା ଭିଡିଓ ଭାଇରାଲ ହେବାପରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ ଅନ୍ତର୍ଗତ ଅଲାଇଲୋ ରାଜସ୍ୱ ନିରୀକ୍ଷକ ପୁଲିରାମ କିସ୍କୋ ନିଲମ୍ବିତ ହୋଇଛନ୍ତି। ତାଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ।

ସୂଚନା ଅନୁସାରେ, ଜମିକିଣାବିକା ମାମଲାରେ ରାଜସ୍ୱ ନିରୀକ୍ଷକ ଜନୈକ ବ୍ୟକ୍ତିଙ୍କୁ ଦଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ବ୍ୟକ୍ତିଜଣକ ପାଞ୍ଚ ହଜାର ଟଙ୍କା ଦେବାକୁ ରାଜି ହେଉଥିଲେ ମଧ୍ୟ ରାଜସ୍ବ ନିରୀକ୍ଷକ ତାଙ୍କୁ ରୋକଠୋକ ମନା କରି ଦେଇଥିଲେ। ଏହାର ଏକ ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।