ଭୁବନେଶ୍ୱର(ଏଏନଏସ)୦୫/୧୦, ରାବଣ ପୋଡି ପାଇଁ ଭୁବନେଶ୍ୱରରେ ବ୍ୟାପକ ଆୟୋଜନ କରାଯାଇଛି । ବର୍ଷା ସତ୍ୱେ ଧୁମଧାମରେ ରାବଣ ପୋଡ଼ି କରିବାକୁ ବିଭିନ୍ନ ପୂଜା କମିଟି ସଦସ୍ୟ ପ୍ରସ୍ତୁତି କରିଛନ୍ତି । ଭୁବନେଶ୍ଵରର ୪ ଟି ପ୍ରମୁଖ ପୂଜାମଣ୍ଡପରେ ହେଉଛି ରାବଣ ପୋଡି । ପ୍ରାୟ ୫୦ ଫୁଟ୍ର ରାବଣ ମୂର୍ତ୍ତି ତିଆରି କରିଛି ବୋଲି ଝାରପଡ଼ା ପୂଜା କମିଟି । ସେହିଭଳି ବରମୁଣ୍ଡା ପୂଜାମଣ୍ଡପ ମଧ୍ୟ ରାବଣ ପୋଡି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସାରିଛି । ବରମୁଣ୍ଡା ପୂଜା କମିଟି ୮୦ ମିଟର ଉଚ୍ଚତାର ରାବଣ ତିଆରି କରିଛି । କମିଶନରେଟ ପୋଲିସର ଗାଇଡଲାଇନ ମାନି ରାବଣ ପୋଡ଼ି ହେବ । ଡାକବଙ୍ଗଳା ଛକ ପଣସ କୋଟାର ଏକ ପରିବାର ଦୀର୍ଘ ୩୦ ବର୍ଷ ଧରି ତିଆରି କରି ଆସୁଛନ୍ତି ରାବଣ । ନିଜ ପରିବାର ସହ ମିଶି ମହିଳା ଚିତ୍ରଶିଳ୍ପୀ ଶୋଭା ରାଣୀ ଏହି ରାବଣ ତିଆରି କରନ୍ତି । ମୋଟ ୧୭୮ ପୂଜା ମଣ୍ଡପରେ ମା’ ଦୁର୍ଗତିନାଶିନୀ ପୂଜା ପାଉଛନ୍ତି। ଏଥିପାଇଁ ପୂରା ସହର ଉତ୍ସବମୁଖର ହୋଇଉଠିଛି। ଭଳିକି ଭଳି ତୋରଣ ସାଙ୍ଗକୁ ଆଖିଝଲସା ଆଲୋକମାଳା ଭକ୍ତଙ୍କୁ ଆକୃଷ୍ଟ କରୁଛି।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା